ରାୟଗଡା (ସମୃଦ୍ଧ ଓଡିଶା) ଗଂଞ୍ଜେଇ ଚାଲାଣକାରୀ ମାଫିଆଙ୍କ ନୂଆ କୌଶଳ । ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଛନ୍ତି ଯୁବତୀ । ପୁଲିସର କଡା ସୁରକ୍ଷାବଳୟକୁ ଭେଦ କରିବା ପାଇଁ ହନୀଟ୍ରାପର ସାହାର ନେଉଛିନ୍ତି ଗଞ୍ଜେଇ ଚାଲାଣକାରୀ । ଦୁର୍ଗମ ଗାଁ ଗଣ୍ଡାର ଯୁବତୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଫାସରେ ପକାଉଛନ୍ତି ଗଞ୍ଜେଇ ମାଫିଆ । ପୁଲିସ ଓ ଅବକାରୀ ବିଭାଗ ହାତରୁ ଖସିବା ପାଇଁ ମାଫିଆଙ୍କ ନୂଆଚାଲ । ଗଞ୍ଜେଇ ଚାଲାଣ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଦୁର୍ଗମ ଗ୍ରାମଞ୍ଚଳର ଯୁବତୀ । ସେପଟେ ଅଧିକ ଟଙ୍କା ଉପାର୍ଜନ କରିବା ଆଶାରେ ନିରୀହ ଯୁବତୀ ମାଫିଆଙ୍କ ଜାଲରେ ପଡି ଅପରାଧ କରିବାକୁ ପଛାଉ ନାହାନ୍ତି । ସମ୍ପ୍ରତ୍ତି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ରାୟଗଡା ରେଳ ଷ୍ଟେସନଠାରେ । କୋରାପୁଟ ଜିଲ୍ଲା ସେମିଳିଗୁଡା ନିକଟସ୍ତ ଗ୍ରାମାଞ୍ଚଳର ଦୁଇଜଣ ଯୁବତୀ ଆଜି ସୁଟକେସ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ରାୟଗଡା ଜିଲ୍ଲା ଅବକାରୀ ସ୍କାର୍ଡ ହାତରେ ଧାରା ପଡିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ମୋବାଇଲ ସ୍କ୍ୱାଡ୍ ଅଧିକାରୀ ଏଠାରେ ପୂର୍ବ ଯୋଜନା ମୁତାବକ ଉଭୟ ଯୁବତୀଙ୍କୁ ଅଟକ ରଖି ବ୍ୟାଗପତ୍ର ଯଞ୍ଚ ପରେ ୪୨କେଜି ଗଞ୍ଜେଇ ଯବତ କରିବା ସହ ଉକ୍ତ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଯୁବତୀଙ୍କ ପରିଚୟ ଅବକାରୀ ଅଧିକାରୀ ଦୀଲିପକୁମାର ଗୌଡ ସ୍ପଷ୍ଟ କରିନଥିବା ବେଳେ ସେମାନେ କୋରାପୁଟ ଜିଲ୍ଲା ସେମିଳିଗୁଡା ଅଞ୍ଚଳର ବୋଲି ପ୍ରକାଶ କରିଛନ୍ତି । ଏଥିସହ ସେ ସୂଚନା ଦେଇ କହିଛନ୍ତି, ଦଲାଲ ଉଭୟଙ୍କୁ ଛଅ ହଜାର ଟଙ୍କା ଲେଖାଏଁ ଦେଇ କୋରାପୁଟରୁ ରାୟାଗଡା ଆଣି ଏଠାରେ ଟ୍ରେନ ଯୋଗେ ବିହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଯୋଜନା କରିଥିବା ଅବକାରୀ ଅଧିକାରୀ ଗୌଡ ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ