

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ନିକଟସ୍ଥ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗତକାଲି ମା’ ଗ୍ରାମ୍ୟଦେବୀ ମହିଳା ଓ ଶିଶୁ କଲ୍ୟାଣ ସମିତି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅବସର ପ୍ରାପ୍ତ ଡିଏଲଓ ବେଣୁଧର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମନିତ ଅତିଥି ଭାବେ ଆଇଆଇସିଏସଟି ସଭାପତି ରମେଶ ଚନ୍ଦ୍ର ଦାସ ଓ ବିରଳ ମୃତ୍ତିକା ଲିଃ. ଶ୍ରମିକ ସଂଘ ଉପସଭାପତି ବାବୁ ରାଓ ପ୍ରମୁଖ ମଞ୍ଚାସିନ ରହିଥିଲେ । ଏହି ଅବସରରେ ମା’ ଗ୍ରାମ୍ୟଦେବୀ ମହିଳା ଶିଶୁ କଲ୍ୟାଣ ସମିତି ପକ୍ଷରୁ ସଭାନେତ୍ରୀ ଭାବେ ରିତା କୁମାରୀ ବେହେରା, ଉପସଭାନେତ୍ରୀ ମମତା ଭୂୟାଁ, ସମ୍ପାଦିକା ସଂଯୁକ୍ତା ବେହେରା, ସହ ସମ୍ପାଦିକା ସୁଷମା ପ୍ରଧାନ ଏବଂ କୋଷାଧ୍ୟକ୍ଷ ଆଶାଲତା ପାତ୍ର ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହାର ଉପଦେଷ୍ଟା ରାଣୀ ପ୍ରଧାନ ଓ ବିଭୁତି ଭୂଷଣ ବିଶୋଇ ଥିବା ସମିତି ପକ୍ଷରୁ ସୂଚନା ମିଳିଛି । ଏହି ସମିତିର ସଦସ୍ୟ ସତ ଜଣ ମହିଳା ରହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

