ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ନୂତନ ଭାବେ ଗଡି ଉଠିଥିବା ଗଡସାହି ବାଲିଆପାଳ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ବିଭିନ୍ନ ଅନିତୀକର କାର୍ଯ୍ୟ ନେଇ ଅଭିଯୋଗ ଆଣିଛନ୍ତି । କରୋନା ମୁକାବିଲା ଲାଗି ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସରପଞ୍ଚ ପଞ୍ଚାୟତ ବୈଠକରେ ଆଲୋଚନା ନ କରି କିମ୍ବା କୌଣସି ୱାର୍ହ ସଦସ୍ୟ ସଦସ୍ୟାକୁ ନ ଜଣାଇ ଅର୍ଥ ଖର୍ଚ୍ଚ କରୁଥିବା ଅଭିଯୋଗ ଆଣିଛନ୍ତି ୱାର୍ଡ ସଭ୍ୟ/ସଭ୍ୟମାନେ । ନାଏବସ ସରପଞ୍ଚ ସଞ୍ଜୟ କାମିଳା, ସନ୍ତୋଷ ଜେନା, ନାରାୟଣ ସେନାପତି, କୁଞ୍ଜଲତା ଗିରି, ସୁକାନ୍ତି ଗିରି, ପ୍ରତାପ ମାଝୀ, ରୁକ୍ମାଣି ମାଝୀ, ଶାନ୍ତିଲତା ମାଝୀ, ଉର୍ମିଳା ବାରିକ, ମାଧୁରୀ କିସ୍କୁ ଓ ସନ୍ତୋଷ ବାରିକ ପଞ୍ଚାୟତର ବିଭିନ୍ନ ଦୁର୍ନିତି ଓ ଆଇସୋଲେସନ ୱାର୍ଡ ଓ କ୍ୱାରାଣ୍ଟାଇନ୍ ସେଣ୍ଟରରେ ସରକାରୀ ଅର୍ଥ ଖର୍ଚ୍ଚନେଇ ଅଭିଯୋଗ ବାଢିଛନ୍ତି । ଏପରିକି ପଞ୍ଚାୟତ ଦାୟିତ୍ୱରେ ଥିବା ନୋଡାଲ ଅଫିସର ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ୱାର୍ଡ ସଦସ୍ୟସଦସ୍ୟାକୁ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଆସନ୍ତା ଦିନରେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ସମ୍ପର୍କରେ ଅନାସ୍ତାପ୍ରସ୍ତାବ ଆଣିବା ନେଇ ସୂଚନା ଦେଇଛନ୍ତି । ସମସ୍ତ ଅଭିଯୋଗର ବିବରଣୀ ସେମାନେ ଜଳେଶ୍ୱର ବିଡିଓଙ୍କୁ ଲେଖି ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା