ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକର ଗଡ଼ ଖଙ୍କିରା ଠାରେ ମହାଡମ୍ବରେ ଗଜଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଏହି ଅବସରରେ ୧୯୬୬ ମସିହାରୁ ଏହି ପୂଜା ଆରମ୍ଭ ହୋଇଥିଲା ବୋଲି ଅନୁଷ୍ଠାନର ବରିଷ୍ଠ ସଦସ୍ୟ ନରହରି ସାହୁ ଜଣାଇଛନ୍ତି । ଏହାସହ ତାଙ୍କ ଉଦ୍ୟମ ଓ ଟଙ୍କଧର ଦାସଙ୍କ ପାଣ୍ଠି ଯୋଗାଡ଼ ପାଇଁ ଗଡ଼ ଖଙ୍କିରାର ଏହି ଅନୁଷ୍ଠାନ ଚଳିତ ବର୍ଷ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରୁଛି । ଏହି ପୂଜା ତିନି ଦିନ ଧରି ପାଳନ କରାଯାଉଛି । ୧୬.୧୦.୨୦୧୯ ଗ୍ରାମର କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ ଗଢି ଉଠିଥିବା ଦିବ୍ୟଶ୍ରୀ କଳାକୁଞ୍ଜ ଲୋକଙ୍କ ଅନୁରୋଧ କ୍ରମେ ପ୍ରସ୍ତୁତ କରୁଛି ସମାଜିକ ନାଟକ “କାଲିର ବନ୍ଧନ କଳାଚନ୍ଦନ”। ଦିବ୍ୟଶ୍ରୀ କଳାକୁଞ୍ଜର ନିର୍ଦେଶକ ହେମନ୍ତ କୁମାର ବ୍ରହ୍ମ ଓ ସୁବାଷ ଜେନା ନାଟ୍ୟ ପ୍ରସ୍ତୁତିକୁ କରିଛନ୍ତି । ମଞ୍ଚସ୍ତ ହବାକୁ ଥିବା ନାଟକ “କାଲିର ବନ୍ଧନ କଳାଚନ୍ଦନ”ର କଳାକାରଙ୍କୁ ଅନେକ ଅନେକ ଶୁଭେଚ୍ଛା ପୂଜା କମିଟିର ସଭାପତି ବାଦଲ ଦାସ ଓ ସମ୍ପାଦକ ବ୍ରହ୍ମାନନ୍ଦ ସାହୁ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି