ଗଡିଲା ସମ୍ପର୍କ ରଥ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ବ୍ୟାପି ଜନ ସଚେତନତା ପାଇଁ ବାହାରି ଥିବା ସମ୍ପର୍କ ରଥ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଶୁଭାରମ୍ଭରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆଓ ଓ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଯୋଗଦେଇ ମିଳିତ ଭାବେ ଉଭୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଅନୁପମ ସାମ୍ବାଦିକ ମାନଙ୍କୁ ସମ୍ପର୍କ ରଥ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ଏହି ସମ୍ପର୍କ ରଥ ଏସିସି-ଏସିଟି ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟତଃ ଭାବେ ସରକାରଙ୍କ ୫-ଟି ରେ ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି ସେ ସମ୍ପର୍କରେ ଜିଲ୍ଲା ବାସୀଙ୍କୁ କିଭଳି ପହଞ୍ଚା ଯାଇପାରିବ ସେଥିପାଇଁ ଏହି ସମ୍ପର୍କ ରଥ ଗୁଡିକୁ ଶୁଭାରମ୍ଭ କରାଯାଇଛି । ଏହି ସମ୍ପର୍କ ରଥ ଜିଲ୍ଲାର ପ୍ରତେକ ବ୍ଲକ ଗୁଡିକୁ ଯାଇ ସରକାରଙ୍କ ୫-ଟି ରେ ରହିଥିବା କାର୍ଯ୍ୟକ୍ରମ ଗୁଡିକ ଉପରେ ପ୍ରଚାର କରିବା ସହ ଲୋକଙ୍କୁ ଆଜିଠାରୁ ଆରମ୍ଭ କରି ଏହା ୧୦ ଦିନ ଧରି ଅବଗତ କରାଇ ସଚେତନତା କରାଇବ ବୋଲି କହିଥିଲେ । ଏହି ସମ୍ପର୍କ ରଥ ଶୁଭାରମ୍ଭରେ ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁରଉପ-ଜିଲ୍ଲାପାଳ ବିଏସ ବଳରାମ, ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଞାନରଞ୍ଜନ ଭଞ୍ଜଦେଓ, ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶେଷଦେବ ମିଶ୍ର, ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୋରର କୁମାର ବେହେରା, ଡିସିପିୟୁ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – କୃଷ୍ଣ କୁମାର ବେହେରା