





ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ପକ୍ଷରୁ ଭୂବନେଶ୍ୱରରେ ପୁରୁଷ ହକି ବିଶ୍ୱକପ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ଉଦଘାଟନୀ ଉତ୍ସବର ଗଣମାଧ୍ୟମରେ ସିଧା ପ୍ରସାରଣ ହେଇଥିବାରୁ ସାରା ରାଜ୍ୟରେ ଜନସାଧାରଣ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ପରିସରରେ କ୍ରୀଡାବିତ୍ ଓ ଛତ୍ରପୁର ସହରର ଆଖ ପାଖ ଅଞ୍ଚଳର ଜନସାଧାରଣଙ୍କ ପାଇଁ ହକି ବିଶ୍ୱକପ୍ ସିଧାପ୍ରସାରଣ ଏଲଇଡି ମାଧ୍ୟମରେ ପରିବେଷଣ କରାଯାଉଛି । ଏଥିରେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ଦେଖିବା ସହ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ସଚ୍ଚିଦାନନ୍ଦ ନାୟକ, ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲାଦର ଶରତ କୁମାର ପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସମେତ ବହୁ ମହିଳା ଓ ପୁରୁଷ ଦର୍ଶକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ଓ ବିଜୁ ଯୁବ ବାହିନୀର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ମଝିବଜାର ଛକରେ ଦୁଇଟି ପ୍ରୋଜେକ୍ଟର ଦ୍ୱାରା ହକି ବିଶ୍ୱ କପର ଉଦଘାଟନ ଉତ୍ସବ ଦେଖିବା ନିମନ୍ତେ ଆୟୋଜନ କରାଯାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା






