

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନିଜକୁ ଆସୁରଖିତ ମଣୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ସୁରକ୍ଷା ଦାବିରେ ମୁଣ୍ଡରେ ହେଲମେଟ ପିନ୍ଧି ନିଆରା ପ୍ରତିବାଦ ଜଣାଇ ରାଜ୍ୟରେ ବାରମ୍ବାର ଗଣତନ୍ତ୍ରର ୪ର୍ଥ ସ୍ତମ୍ବର ମାନ୍ୟତା ଦିଆଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ ବ୍ରହ୍ମପୁର ସହରର କାର୍ଯ୍ୟରତ ସାମ୍ବାଦିକମାନେ ତୀବ୍ର ନିନ୍ଦା କରିଛନ୍ତି । ଏହାସହ ଡାକ୍ତରଙ୍କ ଭଳି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ତଥା କଡା ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


