


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଣେଶ ପୂଜାର ନବମ ଦିନରେ ଅର୍ଥାତ୍ ୧୦/୯/୨୦୧୯ରେ ଅଶୋକ ନଗର ଯୁବକ ସଂଘ ତରଫରୁ ଦୁଇଟି ପାଣି ଟାଙ୍କର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜନ ମଙ୍ଗ ଧରିଥିଲେ ବିଜେଡି ଯୁବ ସଙ୍ଗଠକ ଏ.ସନ୍ତୋଷ ପାତ୍ର(ସନ୍ତୁ) । ଅଶୋକ ନଗର ଷଷ୍ଠ ଗଳିରେ ରିଦ୍ଧିସିଦ୍ଧି ଦାତା ଗଣେଶଙ୍କ ମେଢ଼ ସମ୍ମୁଖରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ଏହି ସଭା କାର୍ଯ୍ୟରେ ବ୍ରହ୍ମପୁରର ଯୁବ ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହାସହ ଧନଞ୍ଜୟ ରାଓ, ଡାକ୍ତର ହୃଶିକେଶ ପାଣିଗ୍ରାହି, ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରଥମେ ସମସ୍ତେ ଗଣେଶଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ତାପରେ ସଭାକାର୍ଯ୍ୟ ଆରମ୍ଭ କରିଥିଲା । ଏହି ଅବସରରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବ୍ୟକ୍ତି ଅଂଶ ଗ୍ରହଣ କରି ଉପଭୋଗ କରିଥିଲେ । ଲୋକମାନଙ୍କ ପାଇଁ କରାଯାଇଥିବା ଏହି କାର୍ଯ୍ୟରେ ତ୍ରୃପ୍ତ ହୋଇ ଏ.ସନ୍ତୋସ ପାତ୍ର(ସନ୍ତୁ)ଙ୍କୁ ସମସ୍ତ ମାନ୍ୟଗଣ ବ୍ୟକ୍ତିକୁମାନେ ଓ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବହୁତ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ




