ଗଣେଶ ପୂଜା ନିମନ୍ତେ ମେଲଡି ଗ୍ରୁପର ଅଭ୍ୟାସ ଆରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଉ କିଛି ଦିନ ପରେ ଗଣେଶ ପୂଜା । ଗଣେଶ ପୂଜାରେ ପ୍ରତ୍ୟେକ ବର୍ଷ ବିଭିନ୍ନ ମେଲଡି ଗ୍ରୁପ ମାନେ ବିଭିନ୍ନ ପ୍ରକାରର ମେଲଡି ପରିବେଷଣ କରି ଲୋକଙ୍କୁ ଆକର୍ଷିତ କରିଥାନ୍ତି । ଏହି ଅବସରରେ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ବ୍ରହ୍ମପୁରର ମେଲଡି ଗ୍ରୁପ ମେଲଡି ପରିବେଷଣ କରିବା ନିମନ୍ତେ ଅଭ୍ୟାସ କରୁଥିବା ବେଳେ ବର୍ତ୍ତମାନ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ମେଲଡି ନିମନ୍ତେ ଅଭ୍ୟାସ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ଥିବା ବହୁ କାଳରୁ କଳାକାରମାନେ ବିଭିନ୍ନ ଆଧୁନିକ ସମ୍ବଲପୁରୀ ସଙ୍ଗୀତ ତଥା ଓଡିଆ ହିନ୍ଦି ଗୀତ ଗାଇ ବାହାର ରାଜ୍ୟରେ ସୁନାମ ଅର୍ଜନ କରିଥିବା ଜଣାପଡିଛି । ତେଣୁ ବ୍ରହ୍ମପୁର ଶୁରୁଝଙ୍କାର ମେଲଡି ଗ୍ରୁପ ଅନୁଷ୍ଠାନର କଳାକାରମାନେ ଦୀର୍ଘ ଦିନ ପରେ ଏକ ନୂଆ ରୂପକୁ ନେଇ ଅଭ୍ୟାସ ଆରମ୍ଭ କରିଛନ୍ତି ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସୁରୁ ଝଙ୍କାର ଗ୍ରୁପ ଅନୁଷ୍ଠାନର ସଭାପତି ଟୁଟୁ ପାଢୀଙ୍କ ସହ ରାଫିକ୍, ମଣ୍ଟୁ ମିଶ୍ର, ଗୁଲାମ, ସଙ୍ଗୀତା ପାଢ଼ୀ, ଗୀତା, ଅମିତ, ଯୁବରାଜ, କମା, ଡୁଙ୍ଗୁରୁ, ସୁଶାନ୍ତ ଓ ବାବୁ କଳାକାରମାନେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା