

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଉ କିଛି ଦିନ ପରେ ଗଣେଶ ପୂଜା । ସମଗ୍ର ଦେଶରେ ପୂଜା ପାଇବେ ଶିବ ପାର୍ବତୀଙ୍କ ପୁତ୍ର ଗଣେଶ । ଏଥିପାଇଁ ଢେଙ୍କାନାଳ ବଜାରରେ ରଙ୍ଗବେ ରଙ୍ଗର ଗଣେଶ ମୂର୍ତ୍ତିର ବିକ୍ରି ଆରମ୍ଭ ହୋଇସାରିଛି । ଆସନ୍ତା ୨ ତାରିଖ ତଥା ସୋମବାର ଦିନ ଗଣେଶ ପୂଜା ଥିବାରୁ ବିଭିନ୍ନ ବିଦ୍ୟାଳୟ ଏବଂ ବିଭିନ୍ନ ପୂଜା ମଣ୍ଡପରେ ପୂଜା କରିବା ପାଇଁ ଗଣେଶ ମୂର୍ତ୍ତି କିଣିବା ପାଇଁ ଭିଡ଼ ଜମିବାରେ ଲାଗିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଶୁଭମ କୁମାର ପାଣି