ଗତ ବାତ୍ୟାରେ ରିଲିଫ ପାଇନଥିବାରୁ ଚିଲିକା ମତ୍ସ୍ୟଜୀବୀମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର …..

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ଗଂଜାମ ଜିଲ୍ଲାର ରମ୍ଭା ଓ ଚିଲିକା ଅଂଚଳର ମତ୍ସ୍ୟଜୀବୀମାନେ ଟିଟିଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷତିପୂରଣ ପାଇନଥିବାରୁ ଗଭୀର ଅସନ୍ତୁଷ୍ଟ ପାଇଛନ୍ତି । ରମ୍ଭା, ସାବୁଳିଆ, କେଶପୁର, ପଥରା, ଲଙ୍ଗଳେଶ୍ୱର, ବିଛଣାପଲ୍ଲୀ ଆଦି ଚିଲିକା ଅଞ୍ଚଳର ୩୨ଟି ମତ୍ସ୍ୟଜୀବୀ ସମବାୟ ସମିତିର କର୍ମକର୍ତ୍ତାମାନେ ଭୀମସେନ ବେହେରାଙ୍କ ନେତୃତ୍ଵରେ ମତ୍ସ୍ୟ ପଶୁପାଳନ ସଚିବଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମତ୍ସ୍ୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷତି ଭରଣା ପାଇଁ ଦାବିପତ୍ର ଦିଅଯାଇଛି । ବାତ୍ୟାର ସେମାନଙ୍କ ରହିଵା ଘର ସମେତ ମାଛ ଚାଷ ସରଞ୍ଜାମ ଜାଲ, ବାଉଁଶ ଆଦି ନଷ୍ଟ ହୋଇଯାଇଥିବାରୁ ମାଛ ଚାଷ କରିବାରେ ବ୍ୟାଘାତ ଘଟିଛି ।