

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ବ୍ରହ୍ମପୁରର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଟୀମ “ବି ଦି ସ୍ମାଇଲ [Team Be the Smile] ତରଫରୁ ଶିତବସ୍ତ୍ର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ତରଫରୁ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଯୋଗଦେଇ ସ୍ଥାନୀୟ ରେଳବାଇ ଷ୍ଟେସନ, ଉତ୍ତରେଶ୍ଵର ମନ୍ଦିର, ଗୁଡ଼ସେଡ୍ ରୋଡ, ସୁକୁଣ୍ଡା ମନ୍ଦିର ଆଦି ଅଞ୍ଚଳରେ ରହୁଥିବା ଶତାଧିକ ଅସହାୟ ଗରିବ ପରିବାରକୁ ବଣ୍ଟନ କରିଛନ୍ତି । ଏହାସହ କୋରନା ମହାମାରୀ ବିପତ୍ତି କାଳରେ କିପରି ଜୀବନକୁ ସୁରକ୍ଷିତ ରଖିପାରିବେ, କୋଭିଡ ନିୟମ ମାନି କିପରି ଚଳିବ ସେହି ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୫ ଡିସେମ୍ବର ବଡ଼ଦିନ ଅବସରରେ ଟୀମ “ବି ଦି ସ୍ମାଇଲ” ପକ୍ଷରୁ ଶିତବାସ୍ତ୍ର ବଣ୍ଟନ କରାଯାଇଥିଲା । ଏଥିରେ ଟୀମ “ବି ଦି ସ୍ମାଇଲ”ର ମୁଖ୍ୟ ସମ୍ମାନ ସୂଚକ ବେହେରାଙ୍କ ସମେତ ସତିଶ, ସଦାନନ୍ଦ, ଶରତ, ଶ୍ରୀକାନ୍ତ, ଲକ୍ଷ୍ମୀକାନ୍ତ, କୁମାର, ତପନ, ଅଭିଳାଷ, ରାକେଶ, ରବି, ସୁବେନ୍ଧୁ, ପାୟଲ, ପ୍ରଜନ୍ୟା, ଦେବଶ୍ରୀ, ସୁମନ, ମୋନାଲିସା, ସ୍ନେହା, ପ୍ରଦୀପ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହିପରି ସାହଯ୍ୟ, ସହଯୋଗ ଓ ଜନସେବା କାର୍ଯ୍ୟ ଆଗାମୀ ଦିନରେ ସହରରେ ଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଦିଆଯିବ ବୋଲି ଟୀମ “ବି ଦି ସ୍ମାଇଲ”ର ମୁଖ୍ୟ ସମ୍ମାନ ସୂଚକ ବେହେରା ପ୍ରକାଶ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
