ଗରିବ ଲୋକମାନଙ୍କୁ କମଳ ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ରାଇତଳା ଗ୍ରାମ ପଞ୍ଚାୟତର ସିଙ୍ଗ ଶବର ସାହି ରାଇତଳାରେ ଅସହାୟ ଲୋକଙ୍କୁ କମଳ ବଣ୍ଟନ କରାଯାଇଛି । ଯାହା କି ସଂଗଠନର ନିଜସ୍ୱ ଖର୍ଚ୍ଚରେ ପ୍ରତି ମାସ ଶେଷ ସୋମବାର ଦିନ ଏହି କାର୍ଯ୍ୟକ୍ରମ ବିବିନ୍ନ ପଚାୟତରେ ବଣ୍ଟା ଯାଏ । ଏଥିରେ ଆମ ସଂଗଠନର ସଭାପତି ବିଦ୍ୟାଧର ସାହୁ, ଉପସଭାପତି ତାପସ ରାଉତ, ସମ୍ପାଦକ ପ୍ରକାଶ ବାରିକ, କୋଷାଧ୍ୟକ୍ଷ ପ୍ରଭାସ ସହୂ, ଲୀଟୁ ସାହୁ, ବିଶ୍ୱଜିତ ସହୂ, ସୁରେନ୍ଦ୍ର ଜେନା, ବଗା ସାହୁ, ବାସୁଦେବ ସାହୁ, ପ୍ରଶାନ୍ତ ମହାରଣା, ବିଷ୍ଣୁ ସାହୁ, ବୀଜୟ ସାହୁ, ଜଗନ୍ନାଥ ଓଝା, ଅଶୋକ ସାହୁ, ପ୍ରମାଦ ବାରିକ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି