ଗରିବ ଶ୍ରମିକ ଓ ଭିକ୍ଷାବୃତ୍ତି କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ସହାୟତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଯୋଗୁଁ ଲକ୍‌ଡାଉନ ବେଳେ ବିଭିନ୍ନ ସ୍ଥାନରେ ଅଟକି କାମ ଧନ୍ଧା ନ ପାଇ ଭୋକ ଉପାସରେ କାଳାତିପାତ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ଜଣାଯାଇଛି । ଗୋପିମୋହନପୁର ପଂଚାୟତରେ ବିଜୁ ଯୁବବାହିନୀ ସଂପାଦକ ମାନସ ରଂଜନ ଧଳ, ବ୍ଲକ କୋଡୀନେଟର କାଳିଚରଣ ଦାସ, ସୁଜୀତ୍ କାମିଳିଆ, ଗୋପୀକୃଷ୍ଣ ପ୍ରଧାନ, ସୁଶାନ୍ତ କର, ତପନ ଧଳ, ଲମ୍ବୋଦର ବାରିକ ଓ କେଶବ ଧଳ ପ୍ରମୁଖ ଗତ ୩ଦିନ ଧରି ବେସାହାରା, ଅସହାୟ, ଅନାଥ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମାକ୍ସ ଓ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି ଜଳେଶ୍ୱର ମ୍ୟୁନିସିପାଲଟିରେ ମାଉସୀମା ଡାକୁଆ ଗ୍ରୁପ ପକ୍ଷରୁ ଗତ ମଙ୍ଗଳବାର ରାତ୍ରୀରେ ଭାତ, ଡାଲି ଓ ତରକାରୀ ବଣ୍ଟନ କରିଥିଲେ । ସେହିପରି ନୂତନ କିରଣ ପକ୍ଷରୁ ମଧ୍ୟ ସହରର ଗୋରୁ, ଗାଈ, ବୁଲା କୁକୁର ଓ ସହର ତଳି ଅଂଚଳରେ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରି ଆସୁଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା