

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଗରେଇଝୁଳି ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ କିରଣ କୁମାର ନାହାକ ପୁର୍ବତନ ସମିତିସଭ୍ୟଙ୍କ ନେତୃତ୍ୱରେ ଗରେଇଝୁଳି ଗ୍ରାମର ୧୦୦ ପରିବାର ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହି ଅବସରରେ ପୋଲସରା ବ୍ଲକ ସଭାପତି, ସରପଞ୍ଚ ସମିତିସଭ୍ୟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜୁ ଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

