

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପୋଲିସ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଦେଶରେ ଦ୍ୱିତୀୟ ଥାନା ରୂପେ ଆୱାର୍ଡ ପାଇଥିବା ଗାଙ୍ଗପୁରଥାନାର ଆଇଆଇସି ଏହି ଥାନା ଅଧିନର ଏସଡିପିଓଙ୍କ ସମେତ ସମସ୍ତ ଥାନା କର୍ମଚାରୀଙ୍କୁ ଏସପି ବ୍ରିଜେଶ କୁମାର ରାଏ ସମ୍ବର୍ଦ୍ଧିତ କରିଥିଲେ l ଏହାସହ ଗିରଫ ପରୱାନା ତାମିଲ କରିଥିବା ୧୪ ଜଣ ପୋଲିସ ଏସ ଆଇଏଏସଆଇ, କନେଷ୍ଟବଲ ଏବଂ ହୋମ ଗାର୍ଡଙ୍କୁ ଡିଜିପି ଯେଉଁମାନଙ୍କୁ ପ୍ରଶଂସିତ କରିଥିଲେ ସେମାନଙ୍କୁ ଏସପି ସମ୍ବର୍ଦ୍ଧିତ କରିଥିଲେ l ଗାଙ୍ଗପୁର ପୋଲିସ ଥାନା କର୍ମଚାରୀ ଏବଂ ଅଧିକାରୀ ଯେଉଁ କାମ କରି ଦେଶରେ ରାଜ୍ୟ ଏବଂ ଜିଲ୍ଲାର ନାଁ ରଖିଲେ ସେହିପରି ଅନ୍ୟ ଥାନାମାନେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଲେ ସେମାନେ ମଧ୍ୟ ଟେକ ରଖିବେ ବୋଲି ଗଞ୍ଜାମ ଏସପି ଶ୍ରୀ ରାଏ ସାମ୍ବାଦିକମାନଙ୍କୁ ସୂଚନା ଦେବା ସହ ଗିରଫ ପରୱାନା ତାମିଲ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l ସୂଚନା ଯୋଗ୍ୟ ଦେଶର ଉତ୍ତମ ଥାନା ରୂପେ ଦ୍ୱିତୀୟ ଗାଙ୍ଗପୁର ଥାନାକୁ ଗୃହମନ୍ତ୍ରାଳୟ ଘୋଷଣା କରିଥିଲା । ନିକଟରେ ଲକ୍ଷ୍ନୌ ଠାରେ ଗୃହମନ୍ତ୍ରୀ ଆଇଆଇସିଙ୍କୁ ଆୱାର୍ଡ ରୂପେ ଟ୍ରଫି ଏବଂ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

