
ଜଳେଶ୍ୱର (ସମୃଦ୍ଧ ଓଡିଶା) ମୟୂରଭଂଜ ଜିଲାର ବଡସାହି ଥାନା ଅଂଚଳର ଏକ ବାଇକ୍ଚୋରୀ ରାକେଟ୍ ସଂକ୍ରିୟ ଥିବା ବେଳେ ସେହି ଗୋଷ୍ଠୀ ଏକ ବାଇକ୍କୁ ବାଲେଶ୍ୱର ଜିଲାର ଜଳେଶ୍ୱରର ଅଂଚଳରେ ବିକ୍ରିକରିଥିବା ବହସାହି ଥାନା ପୋଲିସ୍ ଅନୁସନ୍ଧାନରୁ ଜାଣିପାରିଛି । ଏହି ରାକେଟ୍ର ମାଷ୍ଟମାଇଣ୍ଡକୁ ବଡସାହି ପୋଲିସ୍ ଧରିପାରିଥିବା ବେଳେ ତାକୁ ନେଇ ଜଳେଶ୍ୱର ଥାନା ଅନ୍ତର୍ଗତ କେତେକ ସ୍ଥାନରେ ଚଡାଉ ଆରମ୍ଭ କରିଛି । ଜଳେଶ୍ୱର ପୋଲିସ୍ର ସହାୟତାରେ ଏହି ଚଢାଉ କାର୍ଯ୍ୟ ଚାଲିଥିବା ବେଳେ ଜଳେଶ୍ୱର ଅଂଚଳକୁ କେତୋଟି ଗାଡି ଆସିଛି, ସେଥିନେଇ ତଦନ୍ତ ଚାଲିଛି ।