

ସୁକିନ୍ଦା (ସମୃଦ୍ଧ ଓଡିଶା)କଲିଙ୍ଗନଗରରେ ଥିବା ଜିନ୍ଦଲ ଷ୍ଟିଲର ଦାଦାଗିରି ଦିନକୁ ଦିନ ବଢିଚାଲିଛି ବୋଲି ଅଭିଯୋଗ ହେଉଛି ।ମାତ୍ର ପ୍ରସାସନ ନିରବଦଷ୍ଟା ସାଜିଛି। ଯାହାକୁ ନେଇ କଲିଙ୍ଗନଗର ବାସୀ କଣ କରିବେ କିଛି ଚିନ୍ତା କରି ପାରୁ ନାହାନ୍ତି। ସୂଚନା ମୁତାବକ ଗତ ୧୯ ତାରିଖରେ ସଙ୍ଖଚିଳା ଗାଁର ଶରତ ଜେନାଙ୍କ ଗାଡି ଜିନ୍ଦଲ ଷ୍ଟିଲ ରୁ ଆସ୍ ନେବାବେଳ ୨ ନମ୍ବର ଗେଟ୍ ରେ ତାଙ୍କର ଗାଡି ଓଆର ୦୯ ଏଫ ୯୪୭୭ ଟି କୌଣସି ଯାନ୍ତ୍ରିକ ତ୍ରୁଟି ହେତୁ ଗେଟ୍ ପାଖରେ ଅଟକିଥିବା ବେଳେ ଗାଡି ଟି କୁ ଠିକ୍ କରିବା ପାଇଁ ମେକାନିକ କାରଖାନା ଭିତରକୁ ଯିବା ପାଇଁ ଡ୍ରାଇଭରର ଲାଇସେନ୍ସ ରଖି ମେକାନିକ କୁ ଗାଡି ଠିକ୍ କରିବା ପାଇଁ ଛାଡି ଥିଲେ। ଗାଡି ଠିକ୍ ହୋଇ ଫେରିବା ବେଲକୁ ଡିୟୁଟିରେ ଥିବା ସିକୁରିଟିଙ୍କ ଦାଇତ୍ୱ ପରିବର୍ତ୍ତନ ହୋଇଥିବା ଯୋଗୁ ନେଇଥିବା କାଗଜପତ୍ର ୨୦ ତାରିଖ ଦିନ ଦେବାକୁ କହିବା ସହିତ ଗାଡି ମାଲିକଙ୍କୁ କହିବ ଆସି କି ନେଇ ଯିବେ କହିଥିଲେ ଡିୟୁଟିରେ ଥିବା ସିକୁରିଟି ଯାହା ଫଳରେ ୨୦ ତାରିଖ ଦିନ ଗାଡି ମାଲିକ ୨ ନମ୍ବର ଗେଟ୍ ପାଖରେ ପହଞ୍ଚି ନିଜର ସମସ୍ତ କାଗଜପତ୍ର ମାଗିବା ପରେ ସିକୁରିଟି ମାନେ ତାଙ୍କୁ କିଛି ଖର୍ଚ୍ଚ ମାଗିବା ପରେ ଉଭୟଙ୍କ ମଧ୍ଯ ରେ କଥା କଟାକଟି ହେବା ପରେ ଶରତକୁ ସିକୁରିଟି ମାନେ କାରଖାନା ଭିତରକୁ ନେଇ ଗୋଟିଏ ଘରେ ପୁରାଇ ମାଡ ମାରି ଗୋଟିଏ କାଗଜରେ ଜୋରଜବରଦସ୍ତ ତାଙ୍କର ସବୁ ଭୂଲ୍ ବୋଲି ଲିଖିତ ନେଇଥିବା ଅଭିଯୋଗ କରିଛନ୍ତି। ଶରତ ସେଠାରୁ ମୁକ୍ତ ହୋଇଥିବା ବେଳେ ତାଙ୍କର ଥିବା ସଂଘ କୁ ଅବଗତ କରିଥିଲେ। ଯାହା କୁ ନେଇ ଆଜି ସମ୍ପୂର୍ଣ୍ଣ ଯାଜପୁର ଜିଲ୍ଲା ରୁ ବହୁ ଗାଡି ମାଲିକ ତଥା ସିମେଣ୍ଟ ଇଟା ତିଆରି କରୁଥିବା କାରଖାନା ର ମାଲିକ ମାନେ ଜଖପୁରା ଥାନା ରେ ପହଞ୍ଚି ମାଡ ମାରିଥିବା ଜିନ୍ଦଲ ଷ୍ଟିଲ ର ସିକୁରିଟି ବିରୁଦ୍ଧ ରେ ଅଭିଯୋଗ କରିବା ଦୋଷୀ କୁ ତଦନ୍ତ କରି ଉଚିତ୍ ଦଣ୍ଡ ଦେବାପାଇଁ ଦାବୀ କରିଛନ୍ତି। ଯଦି ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ କାରଖାନା ଆଗରେ ଧାରଣା ଦେବାକୁ ପଛଘୁଞ୍ଚା ଦେବନାହିଁ ବୋଲି ନିଜର ପ୍ରତିକିୟା ରେ କହିଛନ୍ତି। ତେଣୁ ଦେଖିବାକୁ ବାକିରହିଲା କି ଅଣଓଡ଼ିଆ ସିକୁରିଟି ଗାର୍ଡ ମାନଙ୍କ ବିରୁଦ୍ଧରେ ଜଖପୁରା ଥାନା ଅଧିକାରୀ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି।ଯାହା କି ସାଧାରଣ ରେ ଆଲୋଚନା ହେଉଥିବା ଦେଖିବାକୁ ମିଲିଛ ।
ରିପୋର୍ଟ : ସୁକିନ୍ଦାରୁ ପଦ୍ମନାଭ ପହି ଓ ରଜତ ମହାପାତ୍ର