
ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ବିଦ୍ୟାଳୟ ସ୍ତରରେ ଉଜ୍ଜଳା ଓ ଉତ୍ଥାନ ଯୋଜନାରେ ଶିକ୍ଷା ଦିଆଯାଉଥିବା ବେଳେ ଗାରିମା ଯୋଜନା ଏକ ଗୁରୁତ୍ୱ ବହନ କରିଛି । ଏଥିରେ ବ୍ରଞ୍ଚ ପଦବି ପାଇବାଲାଗି ଜଳେଶ୍ୱର ଗୋଷ୍ଠି ଶିକ୍ଷାଜିଲାରୁ ୧୭୨ ବିଦ୍ୟାଳୟରୁ ଆବେଦନ କରାଯାଇଥିଲା । ସେଥିରୁ ୭୨ଟି ବିଦ୍ୟାଳୟ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିରୁ ରୌପ୍ୟପଦବୀ ଲାଗି ପୁଣି ଆବେଦନ କରିଥିଲେ । ସେଥିରୁ ୧୬ଟି ବିଦ୍ୟାଳୟକୁ ରୌପ୍ୟ ପଦବି ମିଳିଛି । ଏମାନଙ୍କ ମଧ୍ୟରେ ଏକତାଳି ପ୍ରାଥମିକ, କନକାଇ ପ୍ରାଥମିକ, ଡିପିପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଗୁରୁଦାସପୁର ଉନ୍ନିତ ପ୍ରାଥମିକ, ଆର୍କେ ସରକାରୀ ଉଚ୍ଚ ବିଦ୍ୟାଳୟ, ଭାନୁପୁର ପ୍ରାଥମିକ, ଘୋଳାପ୍ରାଥମିକ, ମହୁଲିଆ ପ୍ରାଥମିକ, ଏନଏନ୍ ଉଚ୍ଚ ପ୍ରାଥମିକ, ମେଦିନୀପୁର ପ୍ରାଥମିକ, ଶୋଳଷଣ୍ଡ ପ୍ରାଥମିକ, ସମ୍ପତ୍ତିଆ ପ୍ରାଥମିକ, ସରକାତିଆ ପ୍ରାଥମିକ, ଘଣ୍ଟିଆଡି ପ୍ରାଥମିକ, ବୈରାଟଆଡି ପ୍ରାଥମିକ, ଓ ଜଳକାପଡିଆପ୍ରାଥମିକ ବିଦ୍ୟାଳୟର ରହିଥିବା ଜଣାଯାଇଛି । ପ୍ରତ୍ୟେକ ବିଦ୍ୟାଳୟକୁ ଶୈଖିକ ଉପକରଣ ନିମନ୍ତେ ୧୦ହଜାର ଟଙ୍କାର ପ୍ରତ୍ସାହନ ରାଶି, ଶିକ୍ଷାବିଭାଗ ପକ୍ଷରୁ ବିଦ୍ୟାଳୟର ଏକାଉଣ୍ଟସ୍ରେ ଜମା କରାଯାଇଛି । ଏଥିଲାଗି ଆୟୋଜିତ ସଭାରେ ଜଳେଶ୍ୱର ବିଇଓ ଅଧ୍ୟକ୍ଷତା କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିଖରପୁର ସରପଂଚ ହରେକୃଷ୍ଣ ଗିରାି ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ବରାଳ ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀ ଶଂକର ବ୍ରହ୍ମ ଏବିଇଓ ଲଲାଟେନ୍ଦୁ ଜେନା ଓ ସିଆର୍ସିସି ମାନେ ଉପସ୍ଥିତ ରହିଥିଲେ । ଉତ୍ତମ କାର୍ଯ୍ୟ ସମ୍ପାଦନ ପାଇଁ ଶିଖରପୁର କ୍ଲଷ୍ଟରର ସିଆର୍ସିସି ରାମକୃଷ୍ଣ ଦାସଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା