ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜମହଲ ଛକରେ ଗାଡ଼ି ଯାଞ୍ଚବେଳେ ମୁହାଁମୁହିଁ ହୋଇଛନ୍ତି ଜନତା-ପୋଲିସ । ନୂତନ ଯାନବାହନ ଆଇନ ଅନୁସାରେ ଗାଡ଼ି ଯାଞ୍ଚ ବେଳେ ଏହି ଉତ୍ତେଜନା ଦେଖାଦେଇଛି । ଫଳରେ ରାଜମହଲ ଛକରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି । ଲୋକମାନେ ପୋଲିସ ଆସିଥିବା ପିସିଆର ଭ୍ୟାନ୍ର କାଗଜପତ୍ର ଯାଞ୍ଚ କରିବାକୁ ଅଡ଼ି ବସିଛନ୍ତି । ପିସିଆର ଭ୍ୟାନ ଚଳାଉଥିବା ପୋଲିସ କର୍ମଚାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ, ଗାଡ଼ିର କାଗଜପତ୍ର ଠିକ୍ ଅଛି କି ନାହିଁ ତାହା ଦେଖାଇବା ଲାଗି ଜନତା ଦାବି କରୁଛନ୍ତି । ଲୋକମାନେ ପୋଲିସ ଚଢ଼ୁଥିବା ଗାଡ଼ିର କାଗଜପତ୍ର ଠିକ୍ ନାହିଁ ବୋଲି ଆଲୋଚନା କରିଛନ୍ତି । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଏଥିସହ ସରକାରୀ ବସ ଓ ଅନ୍ୟ ଗାଡ଼ିର କାଗଜପତ୍ର ଯାଞ୍ଚ ଲାଗି ମଧ୍ୟ ଲୋକେ ଅଡି ବସିଛନ୍ତି । ପୋଲିସ ପକ୍ଷରୁ ନୂଆ ଆଇନ ଆଳରେ ବିପୁଳ ପରିମାଣର ଫାଇନ୍ ଆଦାୟ କରାଯାଉଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି ।