

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ରାତ୍ର ପ୍ରାୟ ୧୨ ଟା ସମୟରେ ହଳଦିଆପଦର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ଜଣକ ହେଲେ ସିନ୍ଦରପୁରର ସାନ୍ତନୁ ଦାଶ । ଗୁରୁତର ଦୁଇଜଣ ଖୋଡ଼ାସିଙ୍ଗି ବଜାର ସାହିର ହୋଇଥିବା ଜଣାପଡ଼ିଛି । କୌଣସି କାମରେ ସେମାନେ ତିନିଜଣ ଏକ ବାଇକରେ ଯାଉଥିବା ବେଳେ ଏକ ଅଜଣା ଟ୍ରକ୍ ଦୁର୍ଘଟଣାର ଶିକାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

