

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଗିରିରାଜ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅlନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ମେରାମଣ୍ଡଳୀ ଡାକ୍ତରଖାନl ପରିସରରେ ସମସ୍ତ ନର୍ସ ମାନଙ୍କୁ କୋରନା ଯୋଦ୍ଧା ଭାବେ ଉତରୀୟ, ପୁଷ୍ପ ଏବଂ ମିଠା ଖୁଆଇବା ସହ କୋଭିଡ ଆଇନ ପାଳନ କରି ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସଞ୍ଜୟ କୁମାର ସାହୁ, ସଦସ୍ୟ ତଥା ଆଦର୍ଶ ଶିକ୍ଷକ ଅରୁଣ କୁମାର ବେହେରା, ସମ୍ପାଦିକା ବିଭାରଣୀ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

