ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଦିଗମ୍ବରୀ ପରିବାର ପକ୍ଷରୁ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜୀବନସାଥି ଗୀତି କବିତା ଉନ୍ମୋଚିତ ହୋଇଯାଇଛି । ଏଥିରେ କବି ଶ୍ରୀକୁମାରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ରେବତୀର ସଂପାଦିକା ତଥା ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ସ୍ୱାମୀ ସ୍ତ୍ରୀ ସଂପର୍କ ଅତିନିବିଡ ଓ ଜଣେ ଅନ୍ୟ ଜଣଙ୍କ ଠାରେ ଉତ୍ତରଦାୟୀ ହୋଇ ଜୀବନସାରା ସମୟ ଅତିବାହିତ କରିଥାଏ ବୋଲି କହିଥିଲେ । ଯାହା ଅନ୍ୟତ୍ର ବିରଳ । ମୁଖ୍ୟବକ୍ତା ଭାବେ ଫକିରମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ବିବାହ ଏକ ପବିତ୍ର ବନ୍ଧନ ଯାହା ଭାରତୀୟ ସଂସ୍କୃତିରେ ପରମ୍ପରା ରହିଛି । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତି ଓ ସଂପାଦିକ ମଧୁଛନ୍ଦା ମହାନ୍ତିଙ୍କ ୨୫ତମ ବିବାହ ବାର୍ଷିକୀ ମଧ୍ୟ ପାଳିତ ହେବା ସହିତ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । କବି ବ୍ରଜେନ୍ଦ୍ର ଗିରି, ପ୍ରାଧ୍ୟାପକ ଡ. ଲଳିତ ରଂଜନ ସେନାପତି, ଅଧ୍ୟାପକ ନିଳକଣ୍ଠ ଖଣ୍ଡା, ପ୍ରଧ୍ୟାପକ ଜୟନ୍ତ କୁମାର ଦାସ, ଅନିନ୍ଦିତା ଦାସ, ବରିଷ୍ଠ ଆଇନ୍ଜିବୀ ଚିନ୍ମୟ କୁମାର ଦାସ, ସମାଜସେବୀ କମଳ ଚକ୍ରବର୍ତ୍ତୀ, ଶିକ୍ଷକ ନେତା ରମେଶ ଚନ୍ଦ୍ର ନାୟକ, ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁମାଧବ ମହାନ୍ତି, ଉପଦେଷ୍ଟା ସୁକୁମାର ରଣା, ଜ୍ୟୋର୍ତିମୟାନନ୍ଦ ପାଳ, ସମୟର ସଂପାଦକ ସର୍ବେଶ୍ୱର ଜେନା, ବରିଷ୍ଟ ସାମ୍ବାଦିକ ଅବନୀ ଚାନ୍ଦ, ରବିନାରାୟଣ ପାତ୍ର, ସତ୍ୟବ୍ରତ ସୋମ, ଘନଶ୍ୟାମ ଗିରି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଗୌରଗୋପାଳ ପରିଧା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକୁ ଅଭିଶ୍ୱେତା ମହାନ୍ତି ଓ ଅଂଶୁମାନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା