



ଭୁବନେଶ୍ୱର (ସମୃଦ୍ଧଓଡିଶା) ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନର ପରିଚାଳନା ନିର୍ଦେଶକ ଶ୍ରୀ ରୁପବନ୍ତ ସିଂ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନର ପରିଚାଳନା ନିର୍ଦେଶକ ଶ୍ରୀ ରୁପବନ୍ତ ସିଂ ଙ୍କ ସମେତ ତାଙ୍କର ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମିଶି ସାକ୍ଷାତ ଆଲୋଚନା କରିଛନ୍ତି । ଗୁଜରାଟ ର ଖଣି କମ୍ପାନୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ମିଶିଥିବାରୁ ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ପ୍ରସ୍ତାବ ରଖିଥିବେ ବୋଲି ଆଲୋଚନା ହେଉଛି ।
ରିପୋର୍ଟ : ରଜତ ମହାପାତ୍ର