ଜଳେଶ୍ୱର(ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଠାରେ ଥିବା ଗୁଡ ନିୟ୍ୟୁଜ ଇଣ୍ଡିଆ ଡ୍ରିମ ସେଲ୍ଟର ହୋମରେ ଅନ୍ତେବାସିଙ୍କୁ ନିଯ୍ରା୍ୟତନା ଘଟଣା ପ୍ରଘଟ ହେବା ପରେ ରାଜ୍ୟରେ ଥିବା ଏହି ଅନୁଷ୍ଠାନର ଶାଖା ଗୁଡିକ ଉପରେ ଚଢାଉ ଆରମ୍ଭ ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଖୁଆଡ ଗ୍ରାମ ପଂଚାୟତର ପୁରୁଣାପାଣି ସ୍ଥିତ ମହୁଡୁମାର ମଂଚପୁର ଗ୍ରାମରେ ଥିବା ଏହି ସଂସ୍ଥାର ଗୁଡ ନିୟ୍ୟୁଜ ଇଣ୍ଡିଆ ଏବଂ ହେପି ଏଣ୍ଡ ହୋଲି ବିଦ୍ୟାଳୟ ଉପରେ ୫ ତାରିଖ ବୁଧବାର ଦିନ ୨ଟା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରଯାଇଛି । ଏହି କେନ୍ଦ୍ର ୨୦୧୧ମସିହାରୁ କାର୍ଯ୍ୟ କରୁଥିବା ବେଳେ ଏଠାରେ ୧୯୦ ଜଣ ଅନ୍ତେବାସୀ ରହୁଛନ୍ତି । ସେମାନଙ୍କ ମଧ୍ୟରେ ୮୫ ଜଣ ଝିଅ, ୧୧୫ ଜଣ ପୁଅ ସମେତ ୪୦ ଜଣ କୋଷ୍ଠରୋଗୀ ତାଙ୍କର ପରିବାର ସହ ରହୁଛନ୍ତି । ଏଠାରେ ଥିବା ହେପି ଏଣ୍ଡ ହୋଲି ବିଦ୍ୟାଳୟରେ ୧ମରୁ ୮ମ ଯାଏ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ବେଳେ ଛାତ୍ର ଛାତ୍ରୀ ନିବାସ ମଧ୍ୟ ରହିଛି । ୭ ଜଣିଆ ଟିମ ସେଲ୍ଟର ହୋମର ସମସ୍ତ କାଗଜ ପତ୍ର ଯାଂଚ କରିଛି । ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ଦିଆଯିବ ବୋଲି ତଦନ୍ତକାରୀ ଦଳ କହିଛି । ଅନ୍ୟ ପକ୍ଷରେ ଗୁଡ ନିୟ୍ୟୁଜ ଇଣ୍ଡିଆ ଡ୍ରିମ ସେଲ୍ଟର ହୋମ ଦାଇତ୍ୱରେ ଥିବା ଅଧିକାରିଣୀ ସ୍ୱର୍ଣପ୍ରଭା ବାରିକ ଏହାକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଏଠାରେ ଗରିବ, ଆଦିବାସୀ ଓ କୋଷ୍ଠରୋଗୀ ପରିବାରର ପିଲା ମାନଙ୍କୁ ମାଗଣାରେ ପାଠ ପଢା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏଠାରେ କୈାଣସୀ ଧର୍ମ ବିଷୟକ ଶିକ୍ଷା ଦିଆଯାଉ ନାହିଁ ବୋଲି କହିଛନ୍ତି । ଏହି ଚଢାଉରେ ସହକାରୀ ଜିଲ୍ଲାପାଳ ଓ ଭାରପ୍ରାପ୍ତ ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ସେନାପତି, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଭାଗିରଥି ବାରିକ, ପି.ଓ ସତ୍ୟନାରାୟଣ ସ୍ୱାଇଁ, ପୁଷ୍ପଲତା ଜେନା, ଦେବସ୍ମିତା ନାୟକ, ମୁକ୍ତିକାନ୍ତ ପଣ୍ଡା, ସୈାମ୍ୟ ଗିରି ସମାଜ ସେବୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ:ଭୂପତି କୁମାର ପରିଡା