ଗୁଣପୁରରେ ପାନୀୟ ଜଳ ସମସ୍ୟା ନେଇ ବୁଦ୍ଧିଜୀବୀ ଅସନ୍ତୋଷ

ଗୁଣପୁର(ସମୃଦ୍ଧଓଡିଶା) ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଜନସ୍ବାସ୍ଥ୍ୟ ବିଭାଗ ଗଠନ କରିଛନ୍ତି । ସେହି କ୍ରମରେ ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ମଧ୍ଯ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ରହିଛି । ପୂର୍ବରୁ ଏହି କାର୍ଯ୍ୟାଳୟ ପରିସର ଜଙ୍ଗଲ ମୟ ହୋଇ ପଡ଼ିରହିଥିଲା । ସ୍ଥାନୀୟ ବୁଦ୍ଧିଜିବି ଓ ସମାଜସେବୀମାନେ ହସ୍ତକ୍ଷେପ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ବର୍ତ୍ତମାନ ନୂତନ କୋଠା ନିର୍ମାଣ ହୋଇଛି । ବହୁ ଚତୁରତାର ସହ ବିଭାଗ ଯନ୍ତୀମାନେ ତାହାର ସମସ୍ତ କାର୍ଯ୍ୟ କରୁଛି । ଏହି କାର୍ଯ୍ୟାଳୟ ଗତ ୨୦୨୨ ମସିହା ରୁ ବର୍ତ୍ତମାନ୍ ଯାଏଁ ନା ଅଛି ନାମ ଫଳକ ନା କାର୍ଯ୍ୟାଳୟ ବୋଲି କେଉଁଠି ଲେଖା ଯାଇଛି । ଜନସାଧାରଣ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ କେଉଁଠି ଖୋଜି ପାଉ ନାହାଁନ୍ତି । କେବଳ ଏତିକି ନୁହେଁ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ରେ ମଧ୍ୟ ବିଫଳ ହୋଇଛି ବିଭାଗ । କେଉଁଠିକୁ ପାଣି ଯାଉ ନାହିଁ ତ, ଆଉ କେଉଁଠି ପାଣି ପାଇପ ଫାଟି ଜଳ ଅପଚୟ ହେଉଛି । ଲୋକଙ୍କୁ ମାସିକ ବିଲ ନ ଦେଇ କର ଆଦାୟ କରାଯାଉଥିବା ଏବେ ଅଭିଯୋଗ ହେଉଛି । ପାଣି ବ୍ୟବହାର କରନ୍ତୁ କି ନ କରନ୍ତୁ କର ଦେବାକୁ ଲୋକଙ୍କୁ ବାଧ୍ୟ କରୁଛି ବିଭାଗ । ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ରେ ନିଯୁକ୍ତି ପାଇଥିବା ଜଳ ଯୋଗାଣ ବିଭାଗ ର ନବ ନିଯୁକ୍ତ ଯନ୍ତ୍ରୀ ଶ୍ରୀ ସବ୍ୟସାଚୀ ଦାସ ଙ୍କୁ ଗୁଣପୁର ବିଭାଗ କୁ ସ୍ଥାନାନ୍ତରିତ କରାଯାଇଛି। ଏହି କରିତକର୍ମା ନବ ନିଯୁକ୍ତ ବାବୁ ଜଣକ ଚାକିରି ରେ ଯୋଗ ଦେବା ମାତ୍ରେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ନଜର କୁ ଆସିଛି। ଏହି ବିଷୟ ନେଇ କିଛି ସାମାଜସେବି ତାଙ୍କୁ ପଚାରିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ନିଜ ଇଛା ମୁତାବକ କାର୍ଯ୍ୟ କରିବାକୁ କହିଛନ୍ତି ବୋଲି ନିଜ ସଫେଇ ରେ କହିଥିଲେ। ଆପଣ କାର୍ଯ୍ୟାଳୟ ରେ କିମ୍ବା ଫିଲ୍ଡ ରେ ନଜର ଆସୁନଥିବା କଥା ପଚାରିବାରୁ ମୁଁ ଘରେ ରହି କାର୍ଯ୍ୟ ସମ୍ପାଦନା କରୁଅଛି ବୋଲି କହିବା ହାସ୍ୟାସ୍ପଦ ଅଟେ। ଆସିବା ଦିନ ଠାରୁ କର୍ମଚାରୀ ମାନଙ୍କ ସହ ଦୁର୍ବ୍ୟବହାର କରିବା ସହ ଚାକିରି ରୁ ବାହାର କରିଦେବି କହି ଧମକ ଦେଉଥିବା କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ଏହି ସମସ୍ତ ଘଟଣା କୁ ଶୁଣି ଜନ ସାଧାରଣ ଏବେ ନାକରେ ଆଙ୍ଗୁଠି ଦେଇ ଯଦି ନବ ନିଯୁକ୍ତି ପାଇ ଏତେ ତେବେ କିଛି ଦିନ ଗଲେ ମୁଣ୍ଡକୁ ହାତ ପାଇବା ମାତ୍ରେ ଆଉ କଣ ନକରିବେ ବୋଲି କୁହା ବୋଲା ହେଉଛନ୍ତି। ଅପରପକ୍ଷରେ ସରକାର ଙ୍କ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ଅମୃତ ପ୍ରକଳ୍ପ ନିମନ୍ତେ ନିଯୁକ୍ତି ପାଇଥିବା ଯନ୍ତ୍ରୀ ଶ୍ରୀ ଠାକୁର ପ୍ରସାଦ ପଣ୍ଡା ନିଜ କାର୍ଯ୍ୟ ରେ ନରହି ଫିଲ୍ଡ ରେ ନ ବୁଲି ସବୁ ବେଳେ କାର୍ଯ୍ୟାଳୟ ରେ ବସି ମୁଁ ଏହି କାର୍ଯ୍ୟାଳୟର ସର୍ବେ ସର୍ବା ବୋଲି କହି ନିଜ ବ୍ୟକ୍ତିଗତ କାର୍ଯ୍ୟରେ କର୍ମଚାରୀ ମାନଙ୍କୁ ନିୟୋଜିତ କରିବା ସହ ଏହି ଘଟଣା ନେଇ କାହାରିକୁ କହିଲେ ଚାକିରି ଜୀବ। ତେଣୁ ଯିଏ ଯାହା ପଚାରିଲେ ଆମ ଭଲ ହିଁ କହିବ ବୋଲି ଧମକାଇବା କର୍ମଚାରୀ ମାନେ ବାହାରେ କହି ଦୁଃଖ ପ୍ରକାଶ କରୁଛନ୍ତି। ଏହି ଦୁଇ କରିତ କର୍ମା ଯନ୍ତ୍ରୀ ମହୋଦୟ ବୃନ୍ଦ କାହା ବାହୁ ବଳରେ ବଳିୟାନ ଏବଂ ଏମାନଙ୍କୁ ଏମିତି ମନମୁଖୀ କାର୍ଯ୍ୟ କରିବା ସହ ଜନ ସାଧାରଣ ଓ ବୁଦ୍ଧିଜିବୀ ଙ୍କ ସହ ଖରାପ ବ୍ଯବହାର କରିବା ନିମନ୍ତେ କିଏ ଆଦେଶ ଦେଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏହି ସବୁ ସଂକ୍ରାନ୍ତ ରେ ବୁଝିବା ନେଇ ଗଣମାଧ୍ୟମ ପ୍ରତିନିଧି ଫୋନ କଲେ ଗ୍ରହଣ କରୁ ନଥିବା ବେଳେ କାର୍ଯ୍ୟାଳୟ କୁ ଗଲେ ସମୟ ନାହିଁ ଏବେ ଦେଖା ହୋଇପାରିବୁ ନାହିଁ ବୋଲି କହୁଥିବା ଅଭିଯୋଗ ହେଉଛି । ତେଣୁ ଏହି ସମସ୍ତ ସମସ୍ୟା ଓ ଅଭିଯୋଗ ଉପରେ ଜିଲ୍ଲା ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କେବେ ସୁଧାର ଆଣିବେ ଓ ତାହା ସହ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେବେ ସାଧାରଣ ଲୋକେ ଉପକୃତ ହେବେ ତାହା ଦେଖିବାକୁ ରହିଛି ।

ଗୁଣୁପୁରରୁ ସୁର୍ଯ୍ୟ ପ୍ରକାଶ ପଟ୍ଟନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *