ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା…

ରାୟଗଡ଼ା (ସମୃଦ୍ଧ ଓଡିଶା) ଗୁଣି ଗାରେଡି ସଂନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ ଏଭଲି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବାଲାପାଡୁ ଗ୍ରାମରେ । ଗୁଣିଆ ସଂନ୍ଦେହରେ ଗ୍ରାମର ଘାସି ମିଣିଆକା (୪୦)କୁ ସେହି ଗ୍ରାମର ବାବାରାଓ ମିଣିଆକା ଅତି ନୄସଂସ ଭାବେ ହତ୍ୟା କରିଛି । ଗତ ୧୫ ଦିନ ପୂର୍ବେ ବାଲାପାଡୁ ଗ୍ରାମର ଦାଲାନା ମିଣିଆକା କୈଣସି ଏକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତେବେ ଦାଲାନାର ପୁଅ ବାବାରାଓ ମିଣିଆକା ଗ୍ରାମର ଘାସି ମିଣିଆକାକୁ ମୋ ବାପାକୁ ତୁ ଗୁଣିଆ କରି ହତ୍ୟା କରିଛୁ ବୋଲି ଟାହିଟାପରା କରିବା ସହ ତତେ ମାରି ମୋ ବାପାଙ୍କ ପାଖକୁ ପଠେଇଦେବୀ ବୋଲି ଧମକ ଦେଉଥିଲା ।  ତେବେ ଗତ ଶୁକ୍ରବାର ଦିନ ନିଜ ଜମିରେ ଥିବା କୁଡିଆ ଘରେ ଘାସି ମିଣିଆକା ଶୋଇଥିବା ବେଳେ ବାବାରାଓ ମିଣିଆକା ପ୍ରତିଶୋଧ ପରାୟଣ ହୋଇ ତାର ଗୁପ୍ତାଙ୍ଗକୁ ଛେଚିବା ପରେ ଏକ ୬ଏମଏମ (6mm) ଲୁହା ଛଡରେ କାନକୁ ବାରମ୍ବାର ଆଘାତ କରି ପସେଇ ଦେଇଥିଲା । ତେବେ ଘଟଣା ସ୍ଥଳରେ ହିଁ ଘାସି ମିଣିଆକାଙ୍କ ମୃତ୍ୟୁ ଘଟିଥିଲେ । ତେବେ ଆଜି ପରିବାର ପକ୍ଷରୁ ଥାନାରେ ଏତଲା ହେବା ପରେ ସେସଖାଲ ଥାନା ଏସ୍ ଆଇ ଦୟାନିଧି ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ନେଇଛି । ଏନେଇ ଥାନାରେ କେଶ ନମ୍ବର ୨୪/୨୦୨୦ ଓ ୩୦୨/୩୪ ଆଇପିସି (IPC)ରେ ମାମଲା ରୁଜୁ କରି ପୁଲିସ ଘଟଣାର ଅନୁଧ୍ୟାନ କରୁଛି । ଅନ୍ୟପଟେ ଅଭିଯୁକ୍ତ ଫେରାର୍ ଥିବା ଜଣାପଡିଛି । ବର୍ତ୍ତମାନ ଗ୍ରାମରେ ଉତେଜନା ଲାଗିରହିଥିବାରୁ ଉକ୍ତ ଗ୍ରାମରେ ପୋଲିସ ମୁତୟନ କରାଯାଇଥିବା ପ୍ରକାଶ ।

ରିପୋର୍ଟ : ତୁଷାର ରଂଜନ ସାହୁ