



ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା )ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଭା ଗୃହରେ ଆଜି ଗୁମ୍ମା ପଞ୍ଚାୟତର ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , ଉପଧ୍ୟକ୍ଷ ଗୀତାଞ୍ଜଳି ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା, ସଭ୍ୟା ପ୍ରେମିକା ରଇତ, ବିଡ଼ିଓ ନଟବର ଗରଡ଼, ସହକାରୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ,ଜିପିଓ ମୂରଲୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୁଞ୍ଜୁ ଗମାଙ୍ଗଙ୍କ ଅକାଳ ମୃତ୍ୟୁରେ ତାଙ୍କ ପାଇଁ ୨ ମିନିଟ ନିରବ ପ୍ରାଥନା କରାଗଲା । ତାପରେ ପିଏ ଅଭିଜିତ ପ୍ରଧାନ ପୂର୍ବ ବୈଠକର ଵିଵରଣୀ ପାଠ କରିଥିଲେ। ଏଠାରେ ନିର୍ମିତ ପାନୀୟ ଜଳଯୋଗାଣ ପ୍ରକଳ୍ପ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ ସେହି ବିଷୟରେ ଆଲୋଚନା କରାଯାଇଥିଲା। ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ ସମସ୍ୟା,ଆସିଡିଏସ କାର୍ଯ୍ୟକ୍ରମ , ଯୋଗାଣ ବିଭାଗ,କୃଷି, ଶିକ୍ଷା ଆଦି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା ଏବଂ ସରକାରଙ୍କ ଯୋଜନା ସମ୍ପର୍କରେ ଅଧିକାରୀମାନେ ଉପସ୍ଥିତ ରହି ସଚେତନତା ସୃଷ୍ଟି କରିବାକୁ କହିଥିଲେ ।
ରିପୋର୍ଟ :କୃଷ୍ଣ କୁମାର ବେହେରା