



ଗୁମ୍ମା -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ରେ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅଚାନକ ପରିଦର୍ଶନ କଲେ ବିଧାୟକ। ପ୍ରଥମେ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲା ବେଳେ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବା, ବିଜ୍ଞାନନାଗାର, ଲାଇବ୍ରେରୀ ବନ୍ଦ ଥିବା ଦେଖିଥିଲେ। ସେଠାରେ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସମୟରେ ଛାତ୍ରାବାସରେ ମଧ୍ୟାହ୍ନ ଭୋଜନ ମିଳୁ ନଥିବା, ଶିକ୍ଷକ ଅଭାବ, ଲାଇବ୍ରେରି ରେ ଖବରକାଗଜ ନ ଥିବା ,ଖେଳ ପଡିଆ ର ଅଭାବ, ପିଇବା ପାଣି ଅସୁବିଧା, ଶୌଚାଳୟ ରେ ପାଣି ଆସୁନଥିବା ଅଭିଯୋଗ କରିଥିଲେ ଛାତ୍ର ଛାତ୍ରୀ ମାନେ। ସେହିପରି ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ପ୍ରାୟ ଶ୍ରେଣୀ ଗୃହ ଗୁଡିକରେ ଛାତରୁ ପାଣି ଗଳୁଥିବା , ପଙ୍ଖା ଖରାପ ଥିବା, ବିଦ୍ୟାଳୟ ପରିବେଶ ପରିଷ୍କାର ପରିଚ୍ଛନ୍ନ ନ ଥିବା , ଶୌଚାଳୟ ପରିଷ୍କାର ନଥିବା, ବିପଦ ଜନକ ପରିବେଶରେ ପିଲାମାନେ ପାଠ ପଢୁଥିବା, କଳପଟା ରେ। ପିଲାମାନେ ପାଠ ପଢି ପାରୁ ନ ଥିବା, ବିଦ୍ୟାଳୟ ଛାତ ଉପରେ। ଗଛ ଉଠିଥିବା ଦେଖିଥିଲେ। ତୁରନ୍ତ ଏଗୁଡ଼ିକ ସମାଧାନ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ରଞ୍ଜନ ମଣ୍ଡଳ ଓ ଉପସ୍ଥିତ ଶିକ୍ଷକ ମାନଂକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ପରିଦର୍ଶନ ସମୟରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଗୁମ୍ମା ସରପଞ୍ଚ ପିତମନି ରଇତ, ପ୍ରିତମ ପାଲ୍, ମସୂଳନ ରଇତ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : କୃଷ୍ଣ କୁମାର ବେହେରା