ଗୁମ୍ମା: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଗୁମ୍ମା -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ମାନପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନେ ଉତ୍ତମ ଜୀବନ ଯାପନ କରି ଭବିଷ୍ୟତରେ ସୁନାଗରିକ ହୋଇ ଉତ୍ତମ ସମାଜ ଗଠନ କରିବା, ତଥା ରାଜ୍ୟ ଓ ଦେଶ ପାଇଁ ସମ୍ମାନ ଆଣିବାକୁ ଉପଦେଶ ପ୍ରଦାନ କରିଥିଲେ ଗୁମ୍ମା ବ୍ଲକ ଅଧ୍ୟକ୍ଷା। ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ରଞ୍ଜନ ମଣ୍ଡଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା, ସହକାରୀ ଅଧ୍ୟାପକ ଡଃ ପରମାନନ୍ଦ ଜେନା, ସନ୍ତୋଷ ପାଣିଗ୍ରାହି, ସୁବ୍ରତ କୁମାର ପାଟ୍ଟଶାଣୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା