





ଗୁମା(ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ପରିଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଲୋବାଗୁଡ଼ା, କନ୍ଦର ଗୁଡା, ଗମାଙ୍ଗ ଗୁଡା ଓ ଗୋପାଳପୁର ଗ୍ରାମ ବୁଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ଯୁବ ନେତା ଶ୍ରୀ ରୁପେଶ୍ ପାଣିଗ୍ରାହୀ ଓ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ଅଭିଯୋଗ ଶୁଣିଲେ। ଏହି ଚାରୋଟି ଗ୍ରାମ ବୁଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଜେଡି ଯୁବ ନେତା ଓ ବ୍ଲକ୍ ଅଧ୍ୟକ୍ଷା ଗ୍ରାମର ଜନ ସାଧାରଣ ଙ୍କ ଠାରୁ ଗ୍ରାମର ରାସ୍ତା ସମସ୍ୟା ତଥା ଚର୍ଚ୍ଚ ଗୁଡ଼ିକ ଉନ୍ନତି ପାଇଁ ଅଭିଯୋଗ ଶୁଣିଲେ ଓ ସରକାରଙ୍କ ନିୟମ ଅନୁଯାୟୀ ଉକ୍ତ ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ ଡି ସି ସଦସ୍ୟ ଶ୍ରୀ ବୁଲୁ ରଇତ, ଯୁବ ନେତା ଦିପୁ ପଟ୍ଟନାୟକ, ସରପଞ୍ଚ ପିନାସ ରଇତ, ପ୍ରବୀଣ ଲିମା, ଶିମନ୍ ମଣ୍ଡଳ, ସୁଭାସିସ ଏଡ୍ଲା ପ୍ରମୁଖ ଯୋଗ ଦେଇଥିଲେ।
ରିପୋର୍ଟ : ନିରୋଜ୍ କୁମାର ଷଡ଼ଙ୍ଗୀ