ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ଠାରେ ଆଦିବାସୀ ଡେଭଲୋପମେଣ୍ଟ ସୋସାଇଟି ଠାରେ ଏକ ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ସଭାପତି ରସିନ୍ତ ଶବର ଙ୍କ ନେତୃତ୍ୱରେ ବିଭିନ୍ନ ବିଷୟ ଆଲୋଚନା କରି ଗୁମ୍ମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ସ୍ଥିର କରାଗଲା। ଗାଁ ସାଥୀ ଓ ଜିଆରଏସ ମାନଙ୍କୁ ତାଲିମ୍ ପ୍ରଦାନ, ସମସ୍ତ ବିଭାଗ ର କାମରେ ଗାଁ ସାଥୀ ଙ୍କୁ ସାମିଲ୍ କରିବା , ସରକାରଙ୍କ ନିୟମ ଅନୁସାରେ NMMS ଲିଙ୍କ ପ୍ରଦାନ କରିବା, ମେଟ୍ ମାନଙ୍କୁ ଅବଗତ କରି ମେଟେରିଆଲ ଟଙ୍କା ଭେଣ୍ଡର ମାନଙ୍କୁ ପଠାଇବା , CFC ଓ SFC ର ମନରେଗା କାମରେ ଗାଁ ସାଥୀ ଙ୍କୁ ନିୟୋଜିତ କରିବା, ରାୟଗଡ଼ ଓ ମୋହନା ବ୍ଲକ ଭଳି ବିଡ଼ିଓଙ୍କ ଦସ୍ତଖତ ଥାଇ ପରିଚୟ ପତ୍ର ପ୍ରଦାନ କରିବା ଇତ୍ୟାଦି ବିଷୟ ଆଲୋଚନା କରାଯାଇଥିବା ଗୁମ୍ମା ବ୍ଲକ ଗାଁ ସାଥୀ (ମେଟ୍) ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଙ୍କୁ ମଧ୍ୟ ଏ ସଂପର୍କରେ ଆଲୋଚନା। କରାଯିବ ବୋଲି ବ୍ଲକ ଗାଁ ସାଥୀ (ମେଟ୍) ସଂଘ ସଭାପତି ରସିନ୍ତ ଶବର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହରେଶ୍ ଦଳବେହେରା, ଯିହୁଦା କାର୍ଜୀ, ମହେଶ୍ୱର ପାଣି, ଜେଶମିନ ମଣ୍ଡଳ, ଇଫ୍ରୟୀମ ଗମାଙ୍ଗପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା