ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ପାରଳାଖେମୁଣ୍ଡି -()-ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ ଅଚାନକ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ। ପୁର୍ବରୁ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନ ଓ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ତୃଟି ତଥା ସମସ୍ୟା ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାରଳା ବିଧାୟକ। ଆଜି ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ସମୟରେ 10 ଜଣ ଡାକ୍ତର ଉପସ୍ଥିତ ଥିବା ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପସ୍ଥାନ ଖାତା ରେ ଦେଖିବାକୁ ମିଳିଛି। କିନ୍ତୁ 5 ଡାକ୍ତର ଉପସ୍ଥିତ ଥିଲେ, 2 ଜଣ ଡାକ୍ତର ଅନ୍ୟାନ୍ୟ କାମରେ ଯାଇଥିବା ସଫେଇ ଦିଆ ଯାଇଥିଲେ ମଧ୍ୟ ତାହା ମିଥ୍ୟା ବୋଲି ଜଣାପଡିଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି ପାରଳା ବିଧାୟକ। ସ୍ଵାସ୍ଥ୍ୟ କେନ୍ଦ୍ର ଅନ୍ତଃରୋଗୀଙ୍କ ପାଇ ଉଦ୍ଧିଷ୍ଟ ବେଡ଼ରେ କୌଣସି ଜାଗାରେ ବେଡ୍ ସିଟ ପଡିନଥିବା ମଧ୍ୟ ଦେଖିବାକୁ ମିଳିଛି। ଏ ନେଇ ବିଧାୟକ କ୍ଷୋଭ ପ୍ରକାଶ କରି ତୁରନ୍ତ ତାହା କରିବା ପାଇଁ ଆଦେଶ ଦେଲେ। ଆଶ୍ଚର୍ଯ୍ୟର କଥା ଗୋଷ୍ଠୀ କେନ୍ଦ୍ର ଭିତ୍ତି ଭୂମି ବିକାଶ ପାଇଁ ଆସିଥିବା 17 କୋଟି ଟଙ୍କା ଖର୍ଚ୍ଚ ହୋଇ ନଥିବା ଦେଖିବାକୁ ମିଳିଛି। ତୁରନ୍ତ ସମସ୍ତ ସମସ୍ୟା ସମାଧାନ ପାଇଁ ପ୍ରଶାସନକୁ ଜଣାଇଛନ୍ତି ପାରଳା ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ

ରିପୋର୍ଟ : କୃଷ୍ଣ କୁମାର ବେହେରା