ଗୁରୁ ଦେବପ୍ରସାଦ ଦାସଙ୍କୁ ପୁଣ୍ୟତିଥିରେ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ସମୃଦ୍ଧଓଡିଶା)୧୭ା୫ : ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଦେବ ପ୍ରସାଦ ଦାସଙ୍କ ୩୮ତମ ପୁଣ୍ୟତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉତ୍କଳ ସଂଗୀତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଭାଗର ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନା ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ବନ୍ଦନା ଗାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧିବାଦୀ ବିଜୟ କୁମାର ତ୍ରିପାଠୀ, ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ପ୍ରାଧ୍ୟାପକ ଡ. ରଙ୍ଗାଧର ସାହୁ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ମହାବିଦ୍ୟାଳୟର ଅଧ୍ୟାପକ / ଅଧ୍ୟାପିକା, ଛାତ୍ରଛାତ୍ରୀ, ଜୟ ଓଡ଼ିଶାର ସଭ୍ୟବୃନ୍ଦ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱର୍ଗତ ଗୁରୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ନିମାକାନ୍ତ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟୁଷରେ ବିଭାଗ ତରଫରୁ ରାଜଭବନ ସମ୍ମୁଖସ୍ଥ ବିପ୍ଳବୀ ଚକ୍ରଧର ବେହେରାଙ୍କ ୧୩୦ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ତମ୍ଭକାର ଡ. ଗୌରହରି ଦାସ, ସ୍ୱର୍ଗତ ବେହେରାଙ୍କ ଆତ୍ମୀୟ ସୁରେନ୍ଦ୍ର କୁମାର ମାହୁନ୍ତ, ସ୍ୱପ୍ନାଶ୍ରୀ ମାହୁନ୍ତ, ଖଗେଶ୍ୱର ଦାସ, ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ଶିକ୍ଷାବିତ୍ କାମଦେବ ମହାପାତ୍ର, ସମାଜସେବୀ ଭାଗବତ ପ୍ରସାଦ ଦାସ, ପ୍ରାଧ୍ୟାପକ ଡଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହଙ୍କ ସମେତ ବହୁ ବର୍ଗର ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରିପୋର୍ଟ :
ଲକ୍ଷ୍ମୀଧର ବେହେରା
ଅନୁଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ମୋ : ୮୮୯୫୫୪୭୬୯୭