ଗୁରୁ ଶିଷ୍ୟ ସମ୍ପର୍କ ଉପରେ ଆଧାରିତ କିଛି ସିନେମା

ମୁମ୍ବଇ : ସେପ୍ଟେମ୍ବର ୫ତାରିଖ ଗୁରୁମାନଙ୍କ ପାଇଁ ଏକ ପ୍ରବିତ୍ର ଦିନଟିଏ। ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ। ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥାନ୍ତି। ଗୁରୁ ଶିଷ୍ୟଙ୍କ ଏହି ପବିତ୍ର ସମ୍ପର୍କକୁ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା କେଉଁସବୁ ଚଳଚ୍ଚିତ୍ରରେ ଏହି ପବିତ୍ର ସମ୍ପର୍କର ଚିତ୍ରଣ କରାଯାଇଛି।

ହିଚ୍‍କି : ୨୦୧୮ରେ ମୁକ୍ତିଲାଭ କରିଥିବା ବଲିଉଡ ଚଳଚ୍ଚିତ୍ର ହିଚ୍‍କି ଭଲ ବ୍ୟବସାୟ କରି ନଥିଲେ ମଧ୍ୟ ଏଥିରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଉତ୍ତମ ରୂପେ ଚିତ୍ରଣ କରାଯାଇଛି। ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏକ ରୋଗ ହିଚ୍‍କି ପାଇଁ ବିଭିନ୍ନ ବିଦ୍ୟାଳୟରୁ ବିତାଡିତ ହେଉଥିଲେ। କିନ୍ତୁ, ସେ ଏକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କିପରି ପ୍ରତିଜ୍ଞାବଦ୍ଧ ହୋଇ ଶିକ୍ଷା ପ୍ରଦାନ କରୁଛନ୍ତି ତାହା ସମାଜର ଅନେକ ଗୁରୁ ଶିଷ୍ୟଙ୍କ ସମ୍ପର୍କକୁ ସୁଦୃଢ କରିବାନେଇ ସନ୍ଦେଶ ଦେଇଛି।

ଚକ୍‍ ଏବଂ ଡଷ୍ଟର : ଅଭିନେତ୍ରୀ ଜୁହି ଚାୱଲାଙ୍କ ଅଭିନୀତ ‘ଚକ୍‍ ଆଣ୍ଡ ଡଷ୍ଟର’ ଚଳଚ୍ଚିତ୍ର ୨୦୧୬ରେ ମୁକ୍ତିଲାଭ କରିଥିଲା। ଶିକ୍ଷାକୁ କିପରି ଘରୋଇକରଣ କରାଯାଇ ବ୍ୟବସାୟ କରାଯାଉଛି ତାହା ଏହି ଚଳଚ୍ଚିତ୍ରରେ ଦେଖାଯାଇଛି। ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କିପରି ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି ତାହା ଏଥିରେ ଦର୍ଶାଯାଇଛି।

ଜାଗୃତି : ଚଳଚ୍ଚିତ୍ର ଜାଗୃତିରେ ଅଜୟ ନାମକ ଜଣେ ଛାତ୍ରର ବ୍ୟବହାରକୁ ନେଇ ସମସ୍ତ ଶିକ୍ଷକ ଚିନ୍ତାରେ ପଡିଯାଉଛନ୍ତି। ଏହି ମସୟରେ ଅଭିନେତା ଅଭି ଭଟ୍ଟାଚାର୍ଯ୍ୟ ଜଣେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଚରିତ୍ରରେ ଅଭିନୟ କରି ଅଜୟଙ୍କୁ କିପରି ଭଲ ବାଟରେ ଆଣୁଛନ୍ତି ତାହା ଦର୍ଶାଯାଇଛି।

ତାରେ ଜମିନ ପର : ୨୦୧୭ରେ ମୁକ୍ତିଲାଭ କରିଥିବା ଅମିର ଖାନ ଅଭିନୀତ ଚଳଚ୍ଚିତ୍ର ‘ତାରେ ଜମିନ ପର’  ସୁପରହିଟ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅମିର ଖାନ୍ ଏକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଅମିର ନିଜର ଶିକ୍ଷାଗତାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନନ୍ୟ ପ୍ରତିଭାକୁ ଦେଖିବାପାଇଁ ଚେଷ୍ଟା କରୁଥିଲେ। ଇଶାନ ଅବସ୍ତି ନାମକ ଜଣେ ବିଦ୍ୟାର୍ଥୀର ଭାବନା ଓ ଚିନ୍ତାଧାରାକୁ ଅମିର କିପରି ବୁଝୁଛନ୍ତି ତାହା ଏଥିରେ ଦର୍ଶାଯାଇଛି।

ଇମତେହାନ : ବିନୋଦ ଖାନାଙ୍କ ଅଭିନୀତ ଇମତେହାନ ଚଳଚ୍ଚିତ୍ରରେ ମଧ୍ୟ ଗୁରୁ ଶିଷ୍ୟର ସର୍ମ୍ପକକୁ ଦର୍ଶାଯାଇଛି। ୧୯୭୪ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ବିନୋଦ ଖାନା ଜଣେ କଲେଜର ଅଧ୍ୟାପକ ଭାବେ ଅଭିନୟ କରିଛନ୍ତି। ବିନୋଦ କିପରି ନିଜର ଛାତ୍ରଛାତ୍ରୀ ମାନଙ୍କ ସହ ଭଲ ସର୍ମ୍ପକ ରଖିଛନ୍ତି ତାହା ସେଥିରେ ଦର୍ଶାଯାଇଛି।