

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଯଜ୍ଞଶାଳା ଗ୍ରାମ ନିକଟ ଏକ ବଟଗଛ ପ୍ରାଙ୍ଗଣରେ ଗୁଲାକୁଲା ମହାସଂଘର ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏଆଇସିସି କିଷାନ ସେଲ୍ ସମ୍ପାଦକ ରଶ୍ମି ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁଲା କୁଲା ସମାଜ ଗୃହ ନିର୍ମାଣ ପାଇଁ ଭୂମି ପୂଜା କରିବା ସହିତ ଆର୍ଥିକ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ଅବସରରେ ଏସ.ଦଣ୍ଡପାଣି, ସିଧାନତ କୁମାର ସାହୁ, ଡି. କୀସନା ପାତ୍ର, ସମେତ ଗୁଲା କୁଲା ସମାଜର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା