ଗୃହୁଣୀମାନେ କିପରି ପାଳନ କରନ୍ତି ଦଶହରା ପୂଜା ?

ବ୍ରହ୍ମପୁର(ଦାମୋଦର ପାଢ଼ୀ ) ଆଜି ପବିତ୍ର ଆଶ୍ୱିନ ଶୁକ୍ଳ ଦଶମୀ।ଦଶହରା ଓ ବିଜୟାଦଶମୀ ରୂପେ ଭାରତର କୋଣେ ଅନୁକୋଣେ ଧୁମ ଧାମରେ ମା’ ଦୁର୍ଗାଙ୍କୁ ଆବାହନ କରି ଷୋଡସ ଉପଚାରରେ ନବଦୁର୍ଗାଙ୍କୁ ନବରାତ୍ରୀ ପୂଜା କରାଯାଉଥିବାବେଳେ ଓଡିଆଙ୍କ ଘରେ ଘରେ ସୋମନାଥ ବ୍ରତ ଗୃହୁଣୀମାନେ ପାଳନ କରିଥାଆନ୍ତି।ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କୁ ଆବାହନ କରି ସୋମନାଥ ବ୍ରତ କରାଯାଇଥାଏ।ଦିନ ତମାମ ବ୍ରତଧାରଣୀମାନେ ନିର୍ଜଳ ଉପବାସ କରିଥାନ୍ତି।ପ୍ରାତଃ ସ୍ନାନ କରିବା ପୂର୍ବରୁ 10 ମେଞ୍ଚି ହଳଦି ପ୍ରସ୍ତୁତ କରି,10 ଖଣ୍ଡି ଅପାମାରଙ୍ଗ ଦାନ୍ତକାଠିରେ ଦାନ୍ତ 10 ଥର ଘଷିଵାକୁ ହୁଏ।ହଳଦି 10 ମେଞ୍ଚିରେ 10ଥର ସ୍ନାନ କରି ଶୁକ୍ଳ ବସ୍ତ୍ର ପରିଧାନ କରିଥାନ୍ତି।10 ପ୍ରକାର ଫୁଲ,10 ପ୍ରକାର ଫଳ,10 ଖଣ୍ଡ ଦୁବ ଓ 10ଟି ଅରୁଆ ଶୁକ୍ଳ ଚାଉଳରେ 10ଟି ସୂତା ଖିଅରେ 10ଟି ଗଣ୍ଠି ପକାଇଥାନ୍ତି।ମାଟିରେ କିମ୍ବା ବାଲିରେ ଲିଙ୍ଗକରି ରୁଦ୍ରମଣ୍ଡଳରେ ସୋମନାଥଙ୍କୁ ଆବାହନ କରାଯାଇଥାଏ।10ଟି କଖାରୁ ଫୁଲ ଓ 10 ପ୍ରକାର ଫୁଲ ଅର୍ପଣ କରାଯାଏ।10 ବର୍ଣ୍ଣର ପୁର ଦେଇ 10 ଗୋଟି ପିଠା ପ୍ରସ୍ତୁତ କରି ପ୍ରସାଦ ଅର୍ପଣ କରାଯାଏ ଓ 10 ପ୍ରକାର ଫଳ ବଢାଯାଏ।ସୋମନାଥ ବ୍ରତ ପାଠ ସହ ଦୁର୍ବାକ୍ଷତ ଚଢାଯାଏ ଓ ସୂର୍ଯ୍ଯଙ୍କୁ ଅର୍ଘ୍ଯ ସମର୍ପଣ କରାଯାଏ। ବ୍ରତର ସମାପନ ରାତ୍ରୀରେ ହେବାପରେ ଅର୍ପିତ ଭୋଗ ହିଁ ସେବନ କରିଥାନ୍ତି। ଆଜି ଆମ ଘରେ ଦିନରେ ଘରର ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ,ଉପକରଣ ପୂଜା ଓ ରାତିରେ ସୋମନାଥ ବ୍ରତ ରେ ଦଶହରା ପାଳିତ ହୋଇଯାଇଛି।ପ୍ରସ୍ତୁତ 10 ଶରକର ପିଠା ଓ ଫଳ,କ୍ଷୀରୀ ଭାରି ସ୍ୱାଦିଷ୍ଟ।ଆମ ପରମ୍ପରା ଆମ ପର୍ବ ପର୍ବାଣୀ ଏକ ନିଆରା ସମାଜଧର୍ମୀ ମହାମିଳନର କେନ୍ଦ୍ରସ୍ଥଳୀ।ଆସନ୍ତୁ  ଆମର ସୋମନାଥ ବ୍ରତର ନୀତି କାନ୍ତି ଦେଖିବା…….