![ଗେଟମ୍ୟାନ୍ର ଅସାବଧାନତା ପାଇଁ ଅଳ୍ପକେ ବତ୍ତିଲେ ଯାତ୍ରୀ…](https://i0.wp.com/www.samrudhaodisha.com/wp-content/uploads/2021/01/without-get-at-rail-level-crossing-jls.jpg?fit=1024%2C768&ssl=1)
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର-ବାଟଗ୍ରାମ ରାସ୍ତାର ନୂଆବଜାର ରେଳ ଫାଟକ ନିକଟରେ ଆଜି ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍ ଅପ୍ଲାଇନ୍ରେ ଆସିଯିବା ଫଳରେ ସେହି ରାସ୍ତା ଉପରେ ଦେଇ ବିଭିନ୍ନ ଯାନରେ ଯାଉଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଗେଟ୍ ମ୍ୟାନ୍ ସେଠାରେ ଉପସ୍ଥିତ ନ ଥିବା ବେଳେ ଫାଟକଟିକୁ ବନ୍ଦ କରି ପାରି ନ ଥିଲେ । ଯାତ୍ରୀମାନେ ଅନାୟସରେ ଯିବା ଆସିବା କରୁଥିବା ବେଳେ ଟ୍ରେନ୍ଟି ଦ୍ରୁତ ଗତିରେ ଆସି ଅଳ୍ପଦୂରରେ ଅଟକି ରହିଥିଲା । ସେହି ରାସ୍ତାରେ ଯାଉଥିବା ଯ।।ତ୍ରୀମାନେ ଚିତ୍କାର କରିବାରୁ ଗେଟ୍ମ୍ୟାନ୍ ତୁରନ୍ତ ଗେଟ୍ ପକାଇବାପରେ ଟ୍ରେନ୍ ଗନ୍ତବ୍ୟପଥରେ ଯାଇଥିଲା । ସୂଚନା ଯୋଗ୍ୟ ଏହି ସ୍ଥାନରେ ଏକ ଅଭରବ୍ରିଜ୍ କାର୍ଯ୍ୟ ନିର୍ମାଣାଧିନ ରହିଥିବା ବହୁ ସମୟରେ ଟ୍ରାଫିକ୍ ଜାମ୍ ରହୁଥିବାରୁ ଲୋକମାନେ ଦୁର୍ଘଟଣାରୁ ସମ୍ମୁଖୀନ ହେଉଛନ୍ତି । ତେଣୁ ସେଠାରେ ଟ୍ରାଫିକ୍ ପୋଲିସ୍ ମୁତୟନ ହେବାକୁ ସାଧାରଣରେ ଦାବୀ ହେଉଛି ।