ଭୁବନେଶ୍ୱର(ସମୃଦ୍ଧ ଓଡିଶା)ନୂଆବର୍ଷ ଆରମ୍ଭରୁ ଓଡିଆ ବରପୁତ୍ରଙ୍କୁ ପୁଣି ଅସମ୍ମାନ କଲେ ରାଜ୍ୟ ସରକାର । ଓଡିଶା ସରକାରଙ୍କ ତରଫରୁ ପ୍ରକାଶିତ ଡାଏରୀରେ ଭୃଲ ତଥ୍ୟ ପ୍ରଦାନ କରି କେବଳ ବରପୁତ୍ରମାନଙ୍କୁ ଅପମାନିତ କରିନାହାନ୍ତି, ବରଂ ସମଗ୍ର ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ପରପଂରା, ଐତିହ୍ୟକୁ ବାରମ୍ବାର ଅପମାନିତ କରିଛନ୍ତି । ଦୋଷ ଧରାପଡିବା ପରେ ନିଜ ଦୋଷ ତୃଟିକୁ ଲୁଚାଇବା ପାଇଁ ମୁଦ୍ରଣର ଦୋଷ ଦେଇ ଖସିଯିବାର ଅପପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ରମାରଂଜନ ବଳିଆରସିଂହ କହିଛନ୍ତି । ଗୋଇଠା ମାରି ବିଷ୍ନୁ କହିବା ରାଜ୍ୟ ସରକାରଙ୍କ ଅଭ୍ୟାସରେ ପରିଣତ ହୋଇସାରିଛି । ଭୁଲ ଥରେଟିଏ ହେଲେ କ୍ଷମଣୀୟ । ମାତ୍ର ସେହି ଭୁଲଟି ବାରମ୍ବାର ହେଲେ ତାହା ଅକ୍ଷମଣୀୟ । ମାତ୍ର ଏହି ପ୍ରସଙ୍ଗରେ ଏହା ଯେ କେବଳ ଅକ୍ଷମଣୀୟ ନୁହେଁ ବରଂ ଧର୍ତବ୍ୟ ଅପରାଧ ବୋଲି ଶ୍ରୀ ବଳିଆରସିଂହ କହିଛନ୍ତି । ଡାଏରୀ ଭିତରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଏକ କବିତା ପ୍ରକାଶ ପାଇଥିବାବେଳେ କବିତାର ତଳେ କବିବର ରାଧାନାଥ ରାୟ ସେହି କବିତାଟିକୁ ଲେଖିଥିବା ଦର୍ଶାଯାଇଛି । ଏହି ମହା ତୃଟି ପାଇଁ ବିଜେପି ତରଫରୁ ଗତ କାଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ଡାଏରୀକୁ ପ୍ରତ୍ୟାହାର କରି ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରାଯାଇଥିଲା । ଏଭଳି ଅକ୍ଷମଣୀୟ ତୃଟିର କାରଣ ପାଇଁ ରାଜ୍ୟ ସରକାର କେବଳ ମୁଦ୍ରଣଜନିତ ବୋଲି କହିବା ତାଙ୍କ ବେପାରୁଆ ମନୋଭାବକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ରମାରଂଜନ ବଳିଆରସିଂହ କହିଛନ୍ତି । ରାଜ୍ୟ ସରକାର ସବୁବେଳେ ଓଡିଆ ଭାଷାକୁ ଅସମ୍ମାନ ପ୍ରଦର୍ଶନ କରି ଆସୁଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ଓଡିଶା ଜାତି, ଭାଷା ଏବଂ ସଂସ୍କୃତିକୁ ବଳି ପକାଇଦେଇଛନ୍ତି । ଓଡିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ମମତା ନାହିଁ । ଓଡିଆ ଭାଷାକୁ ସରକାରୀ ସ୍ୱୀକୃତି ଦିଆଯାଇଛି ବୋଲି କହି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି । ଶ୍ରୀ ଜଗନ୍ନାଥ ଦାଶଙ୍କ ରଚିତ ଓଡିଆ ଭାଗବତକୁ ମଧ୍ୟ କଦର୍ଯ୍ୟ ଓ ତୃଟିପୂର୍ଣ୍ଣ ଭାବେ ଉପସ୍ଥାପନା କରାଯାଇଛି ।କେବଳ ଲୋକଦେଖାଣିଆ କ୍ୟାବିନେଟ ବସାଇ ଓଡିଆ ବିଶ୍ୱାବିଦ୍ୟାଳୟ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ବାସ୍ତବରେ ଓଡିଆ କବି, ସାହିତ୍ୟ, ଭାଷା, ସଂସ୍କୃତି, ଏ୍ୟତିହ୍ୟ ଏବଂ ପଂରପରାକୁ ରାଜ୍ୟସରକାର ସମ୍ମାନ ଦେବାକୁ ଚାହୁଁନାହାଁନ୍ତି ବୋଲି ଶ୍ରୀ ବଳିଆରସିଂହ କହିଛନ୍ତି । କୋଟି କୋଟି ଓଡିଆ ଭାବାବେଗକୁ ଆଘାତ ଦେଇଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ କ୍ଷମା ପ୍ରାର୍ଥନା କରି ଉକ୍ତ ଡାଏରୀକୁ ପ୍ରତ୍ୟାହାର କରିବା ସହ ଏଭଳି ଅପାରାଧରେ ସଂପୃକ୍ତ ଅପରାଧିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ ଦଣ୍ଡ ପ୍ରଦାନ କରନ୍ତୁ ବୋଲି ଶ୍ରୀ ବଳିଆରସିଂହ ଦାବୀ କରିଛନ୍ତି । ରିପୋର୍ଟ : ଆକାଶ ମିଶ୍ର