

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଗୋକର୍ଣପୁରରେ ଜାତୀୟ କଂଗ୍ରେସର ଜୋନ୍ ସ୍ତରୀୟ ସଭାପତି ଏସ.ସଦାନନ୍ଦ ଦୋରାଙ୍କ ନେତୃତ୍ୱରେ ଏକ ବିରାଟ ସାଧାରଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ କଂଗ୍ରେସ କର୍ମୀ ଯୋଗ ଦେଇଥିବା ବେଳେ ବିଧାୟକ ପାଇଁ ଆଶାୟୀ ଥିବା ୩ ଜଣ ପାର୍ଥୀ ମଧ୍ୟ ଅଂଶ ଗ୍ରହଣ କରିଥିଲେ । କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ସମସ୍ତେ ଶପଥ ନେଇଥିବା ବେଳେ କିଭଳି ସଙ୍ଗଠନକୁ ଆହୁରି ଲୋକପ୍ରିୟ କରାଯିବ ସେ ନେଇ ସମସ୍ତେ ନିଜ ନିଜ ମତ ଦେଇଥିଲେ ଏବଂ ପାର୍ଟି ଟିକେଟ ଯାହାଙ୍କୁ ମିଳିବ ତାହା ପାଇଁ ସମସ୍ତେ ମିଳିମିଶି ବିଜୟ କରିବା ପାଇଁ ବଜ୍ର ସଂକଳ୍ପ ନେଇଥିଲେ ।ଆଶାୟୀ ପାର୍ଥୀ ୩ ଜଣ ହେଉଛନ୍ତି ଶ୍ରୀଧର ଦେଓ, ସାକ୍କା ସୁଜିତ ଓ ପ୍ରଫୁଲ(ବାଲି)ପଣ୍ଡା । ଏହି କର୍ମୀ ସମ୍ମିଳନୀରେ କଂଗେସର ବରିଷ୍ଟ ନେତା ଭି.ରବି ରାଜୁ, ଭଗବାନ ସ୍ୱାଇଁ, ନୀଳ ପଟ୍ଟନାୟକ, କେ.କୁନା, ସୁରେନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ବ୍ରହ୍ମପୁରର ଆଶାୟୀ ବିଧାୟକ ପାର୍ଥୀ ତଥା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଦୀପକ ପଟ୍ଟନାୟକଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ, ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




