ଗୋକର୍ଣ୍ଣପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୬୫ଟି ରକ୍ତ ୟୁନିଟ ସଂଗ୍ରହ

ଦିଗପହଣ୍ଡି (ସମୃଦ୍ଧ ଓଡିଶା )ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ଏଲଆଇସି କାର୍ଯ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ସେବା ଭାରତୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଗୋପାଳକୃଷ୍ଣ ମଲ୍ଲିକ ଉଦଘାଟନ  କରିଥିବାବେଳେ ବ୍ରହ୍ମପୁର ରକ୍ତଭଣ୍ଡାର ଅଧିକାରୀ ପ୍ରଭାତୀ ଦାସ ପ୍ରଦ୍ଵୀପ  ପ୍ରଜ୍ଜଳନ କରିଥିଲେ । ଏହି ଅବସରରେ ପ୍ରାୟ ୬୫ ଜଣ ରକ୍ତଦାନ କରିଥିଲେ । ସ୍ୱୟଂସେବକ ତରଫରୁ ସୁଶାନ୍ତ ଦୋରା, ପ୍ରହଲ୍ଲାଦ ଡାକୁଆ, ଦଣ୍ଡପାଣି ଦୋରା, ଧର୍ମେନ୍ଦ୍ର ଦୋରା, ବାବୁଲା ଦୋରା, ମାଧବ ରେଡ୍ଡି ଏବଂ ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ପ୍ରଦୀପ ସୁବୁଦ୍ଧି ଶିବିରକୁ ପରିଚାଳନା କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା ଓ ପାର୍ଥ ସାରଥୀ ରେଡି