


ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଆଜି ଗୋକର୍ଣ୍ଣପୁର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାଧିକ ସ୍ୱୟଂସେବକଙ୍କୁ ନେଇ ଵୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ମାର୍ଗଦଶନ ମହନ୍ତ ପଦ୍ମଚରଣ ଦାଶ୍ ଜୀ ମହାରାଜଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍ମଶାନରେ ଓ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ସ୍ୱୟଂ ସେବକମାନେ ଆଜି ଶତାଧିକ ବୃକ୍ଷରୋପଣ କରିଛନ୍ତି । ଏଥି ସହ ପ୍ରତ୍ୟେକ ବୃକ୍ଷର ପାଳକ ହିସାବରେ ଜଣେ ଜଣେ ଦାଇତ୍ୱ ଗ୍ରହଣ କରିବା ସହ ବୃକ୍ଷର ସୁରକ୍ଷା ବହନ କରିବା ପାଇଁ ପ୍ରତିଶୃତି ନେଇଛନ୍ତି । ବୃକ୍ଷରୋପଣ ସମିତି ଅଧ୍ୟକ୍ଷ ଜିତେନ୍ଦ୍ର ଦୋରା, ଉପାଧକ୍ଷ ସୁନୀଲ ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶେଷ ଆକର୍ଷଣୀୟ ଦାଇତ୍ୱ ଚନ୍ଦନ ବାଡତ୍ୟା, ଡି ଧର୍ମେନ୍ଦ୍ର, ସତୀଶ, ପରମା, ଅରକ୍ଷିତ ଏବଂ ଶିଶିର କୁମାର ପଟ୍ଟନାୟକ ନିର୍ବାହ କରିଥିଲେ । ପ୍ରତ୍ୟେକ ରବିବାର ଏଭଳି ସେବା କାର୍ଯ୍ୟ ଜାରି ରହିଛି ଓ ରହିବ ବୋଲି ସଂଘ ଆବାହକ ଦିତିକୃଷ୍ଣ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
