
ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କୋରନା ଥମିବାର୍ ନାଁ ଧରୁନି । ସେହିପରି ଦିନକୁ ଦିନ ଭଞ୍ଜନଗରରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ଗୋଟିଏ ଦିନରେ ଭଞ୍ଜନଗରରୁ ରେକର୍ଡ ୨୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି । ୨୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ପୋଲିସ କର୍ମଚାରୀ, ଜଣେ ଅଙ୍ଗନବାଡି କର୍ମୀ, ଜଣେ ଫରେଷ୍ଟ କର୍ମଚାରୀ, ଜଣେ ଡାକ୍ତର, ବ୍ଳକରୁ ୪ଜଣ ଓ ଏନ.ଏ. ସି ଅଂଚଳରୁ ୮ ଜଣ ହୋଇଥିବା ବିଡ଼ିଓ ଅନିଲ କୁମାର ସେଠୀ ସୂଚନା ଦେଇଛନ୍ତି । ଏଣୁ ଏଭଳି ସ୍ଥିତିରେ ସମସ୍ତ ଜନସାଧାରଣ ଜିଲ୍ଲା ପ୍ରଶାସନ ଓ ସ୍ତାନୀୟ ପ୍ରଶାସନର ନିୟମ ପାଳନ କରି ଘରେ ସୁରକ୍ଷିତ ରହିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ରିପୋର୍ଟ – ନିଲୁ ବିଷୋୟୀ