


ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ଵର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମି ଶ୍ରୀଗୁରବେ ନମଃ l ଆଜି ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ଗୋଠଙ୍ଗା ପୁରୁଣସାହି ଠାରେ ଅବସ୍ଥିତ ବଜ୍ରଅଙ୍ଗୀ ଘଣ୍ଟ ସ୍ଥଳର ଏକ ଅଭିନବ ପ୍ରୟାସ ହୋଇଥଲା l ଏଠି ଗୁରୁ ଶିଷ୍ୟ ମାନଙ୍କ ପବିତ୍ର ସମ୍ପର୍କ କୁ ନେଇ ଏକ ସଭାର ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ ଗ୍ରାମ ସଭାପତି ଶିବନାରାୟଣ ଖଣ୍ଡୁଆଳ ଙ୍କ ପୌରୋହିତ୍ୟରେ କଳା ସଂସ୍କୃତି ପରମ୍ପରା ଓ ଐତିହ ର ରକ୍ଷା ପୁନଃ ସ୍ଥାପନ ଲାଗି ସୋମ ବାର ଦିନ ଏକ ସଭାର ଆୟୋଜନ କରିଥଲେ l ଏଥିରେ ମୂଖ୍ୟ ଅତିଥି ଭାବେ ଶେରଗଡ଼ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବିଜେଡ଼ି ବ୍ଲକ୍ ସଭାପତି ଶରତ ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବ୍ଲକ୍ ର କଳା ସଂସ୍କୃତି ସଭାପତି ବିଜୟ କୁମାର ଦୋରା, ପୁର୍ବତନ ସଭାପତି ଦିଗାମ୍ବର ନାହାକ ମଞ୍ଚାସୀନ ଭାବେ ଯୋଗ ଦେଇଥିଲେ l ଏଥିରେ ମୂଖ୍ୟ ଗୁରୁ ରାମହରି ଦାସ, ସୀମାଞ୍ଚଳ ପାଣିଗ୍ରାହୀ, ବଳରାମ ଜେନା ଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗୋଠଙ୍ଗା ପଞ୍ଚାୟତ ସମିତି ସଭ୍ୟ ସୁର୍ଯ୍ୟ ନାରାୟଣ ନାହାକ ଉପସ୍ଥାପକ ସୁନିଲ୍ କୁମାର ସ୍ବାଇଁ ସମାଜସେବୀ ଶିମାଞ୍ଚଳ ଖଣ୍ତୁଆଳ ଅଧିକାରି ବିପିନ୍ ପ୍ରଧାନ ଓ ସମସ୍ତ ଘଣ୍ଟସ୍ତଳ ବୃନ୍ଦ ଏବଂ ଗ୍ରାମବାସୀ ମାନେ ସହୋଜୋଗ କରିଥିଲେ l
ରିପୋର୍ଟ : ରଜତ ପଟ୍ଟନାୟକ