ଗୋଦାବରୀ ନଦୀର ଜଳସ୍ତର ବିପଦ ଶଙ୍କୁଳ:ଗାଁରେ ପଶିଲା ବନ୍ୟାଜଳ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛେଦ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶରେ ପ୍ରଭାହିତ ଗୋଦାବରୀ ନଦୀର ଜଳସ୍ତର ବିପଦ ଶଙ୍କୁଳ ଅବସ୍ଥାରେ ପହଞ୍ଚିଛି । ନଦୀ ବଢି ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଉପର ମୁଣ୍ଡରେ ପ୍ରବଳ ବର୍ଷାଯୋଗୁ ଏଭଳି ପରିସ୍ଥିତ ଘଟିଥିବା କୁହାଯାଇଛି । ଫଳରେ ୨୬ଟି ଗାଁ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବା ଖବର ମିଳିଛି । ବନ୍ୟା ବିପନ୍ନ ଲୋକଙ୍କୁ ଆବଶ୍ୟକ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏହାସହ ୫ଟି ଗାଁର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଗୋଦାବରୀ ଜିଲ୍ଲାରେ ଅଧିକ ଗାଁ ବନ୍ୟା ପ୍ରଭାବିତ ହୋଇଥିବା ଜଣାପଡିଛି । ବିପନ୍ନ ଲୋକମାନେ ଠିକ ଭାବେ ରିଲିଫ ପାଇ ପାରୁନଥିବା ଅଭିଯୋଗ କରି ଜିଲ୍ଲା ପ୍ରଶାସନକୁ ଜଣାଇଥିବା ଜଣାପଡିଛି ।