

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଧର୍ମରାଜ ରେଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗୋପାଳପୁର କଂଗ୍ରେସର ବରିଷ୍ଠ ନେତା ଏସ.ଧର୍ମରାଜ ରେଡ୍ଡୀ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ତଥା କଂଗ୍ରେସ ଜିଲ୍ଲା ସଭାପତି ରମେଶ ଜେନା ଯୋଗଦେଇ ଆସନ୍ତା ପୈାର ନିର୍ବାଚନରେ କଂଗ୍ରେସ ପୁଣି ଥରେ ନିଜ ଅକ୍ତିଆରକୁ ନେବା ସହ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ସମସ୍ତ କର୍ମୀଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜିବ ଗାନ୍ଧି ଫାଉଣ୍ଡେସନ ସଭାପତି ବିସ୍ମୟ ମହାପାତ୍ର, ଗଞ୍ଜାମ ପ୍ରଭାରୀ ଅକ୍ଷୟ ଆଚାର୍ଯ୍ୟ, ଶମ୍ଭୁ ପାଣିଗ୍ରାହୀ, ପ୍ରମୁଖ ମଞ୍ଚାସିନ ରହିଥିଲେ । ଏହି ଅବସରରେ ରଙ୍ଗେଇ ମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଭାବେ ସୁନିଲ ସାହୁ ଓ ଗୋପାଳପୁର ଏନ୍ ଏସିର ପୂର୍ବତନ ଉପାଧ୍ୟକ୍ଷ ଏମ. ଚନ୍ଦ୍ରଶେଖରଙ୍କୁ ଗୋପାଳପୁର ଏନ୍ ଏସିର କଂଗ୍ରେସ ସଭାପତି ଭାବେ ଚୟନ କରାଯାଇଥିଲା । ସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଶ୍ରୀ ଜେନାଙ୍କୁ ମାଣ୍ଡିଆପଲ୍ଲୀ ଛକ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଏକ ବିରାଟ ରାଲି କରାଯାଇ ସଭା ସ୍ଥଳକୁ ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭି.ଶ୍ରୀନୁ, ଶିବଶଙ୍କର ରାଓ,ଏମ. ମଧୁ, ବାମନ ଆଚାରୀ, ବୁଲୁ ପାତ୍ର, ଉମାକାନ୍ତ ସାସମଲ, ଧୀରେନ୍ଦ୍ର ପାତ୍ର, ଡମ୍ବରୁ ରଣା, କେ. ମୋହନ ରେଡ୍ଡୀ, ସୁଦର୍ଶନ ମଲାଣ, କାହ୍ନୁଚରଣ ନାହକ, ଜିଲ୍ଲା କଂଗ୍ରେସ ମିଡିଆ ସେଲ୍ ଚିନ୍ମୟ ହୋତାଙ୍କ ସମେତ ଶତାଧିକ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା








