ଗୋପାଳପୁରରେ ଲକ୍ଷାଧିକ ଲୋଙ୍କଙ୍କୁ ବିଜେପିର ସଭ୍ୟ କରାଯିବ – ମନ୍ତ୍ରୀ ବିଭୁତି ଜେନା

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଜି ଗୋଳନ୍ଥରା ସ୍ଥିତ ବିଜେପି କାର୍ଯ୍ୟଳୟ ବନ୍ଦେ ମାତରଂ ଅଫିସ ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜେପିର ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନିତ କରିବା ପାଇଁ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱବାଧନାରେ ଏକ ବୈଠକ ଆୟୋଜନ ହୋଇଥିଲା । ନିର୍ବାଚନ ମଣ୍ଡଳୀର ପ୍ରତି ପଂଚାୟତ ରୁ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ସହ ସମସ୍ତ ମଣ୍ଡଳ ସଭାପତି ଯୋଗଦେଇ ପଞ୍ଚାୟତ ଓ ବୁଥ୍ ସ୍ଥର ରେ ସଭ୍ୟ ସଂଗ୍ରହକୁ ଜୋରଜାର କରିବାକୁ ଗୁରୁତ୍ଵ ଦିଆଯାଇଥିଲା । ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଲକ୍ଷାଧିକ ଲୋକଙ୍କୁ ବିଜେପିରେ ସଭ୍ୟ କରିବା ପାଇଁ ଆଲୋଚନା କରାଯାଇଥିଲା । ଏଥିପାଇଁ ପଞ୍ଚାୟତ ଓ ବୁଥ୍ ମାନଙ୍କରେ ବୈଠକ କରିବା ଓ ଦଳର ନୀତି ଓ ଆଭିମୂଖ୍ୟକୁ ଲୋକଙ୍କୁ ବୁଝାଇବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ l ଏହି ବୈଠକ ରେ ଜିଲ୍ଲା ଉପ ସଭାପତି ଗଙ୍ଗାଧର ଶତପଥୀ, ବରିଷ୍ଠ ନେତା ଗୌରୀ ଶଙ୍କର ସାମନ୍ତରାୟ, ରାଜେଶ ସାହୁ, ବିନୋଦ ମିଶ୍ର, ସୁନୀଲ ପାତ୍ର, ରଜତ କୁମାର ପଣ୍ଡିତ, ମଣ୍ଡଳ ସଭାପତି ପଞ୍ଚୁ ବେହେରା, ସନତ ନାୟକ, ବ୍ରଜ ମୋହନ ନାୟକ, ଅଭିମନ୍ୟୁ ସାହୁ, ଚଣ୍ଡୀ ଚରଣ ସାହୁ, ପ୍ରଦୀପ ପଟ୍ଟନାୟକ, ଙ୍କ ସମେତ ବରିଷ୍ଠ ନେତା ସୂର୍ଯ୍ୟ ମଣି ପାତ୍ର, ଶିବ ଶଙ୍କର ନାୟକ, ମମତା ରଣା, କମଳା ରେଡି, ବନିତା ସାହୁ, ବାବୁଲା ସାହୁ, ଟୁନା ଜେନା ଓ ରାଜ୍ୟ କାଯ୍ୟକାରିଣୀ ସଭ୍ୟ ସରୋଜ ସାବତ ଓ ପ୍ରଭାରୀ ପୀତବାସ ପଣ୍ଡା ଯୋଗ ଦେଇଥିଲେ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା