

ଗୋପାଳପୁର (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ ଏସୋସିଏସନର ମିଳିତ ଉଦ୍ୟମରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହୋଟେଲ ଏସୋସିଏସନ ସଭାପତି ଇଂଜିନିୟର ଉମା ଶଙ୍କର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗୋପାଳପୁର ପର୍ଯ୍ୟଟନ ସ୍ଥଳୀକୁ ବିଶ୍ୱ ମାନଚିତ୍ରରେ କିପରି ସ୍ଥାନିତ କରାଯାଇପାରିବ ସେ ସମ୍ପକରେ ଗୁରୁତ୍ୱ ଦିଆଯାଇଥିଲା । ଏହାସହ ଗଞ୍ଜାମର କଳା, ସଂସ୍କୃତି ଓ ବାଜା ବଜାଣ ସହ ଗୋପାଳପୁର ଅଞ୍ଚଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯିବ ସହ ବେଳାଭୂମି ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପର୍ଯ୍ୟଟନ ବିଭାଗ ଅଧିକାରୀ ଅମୀୟ କୁମାର ସେଠି, ଗୋପାଳପୁର ଏନଏସି ନିର୍ବାହୀ ଅଧିକାରୀ ଉମାକାନ୍ତ ସେଠି, ପର୍ଯ୍ୟଟନ ଭାରତ ସମ୍ପାଦକ ନାରାୟଣ ମହାଙ୍କୁଡ, ପାନ୍ଥ ନିବାସ ମ୍ୟାନେଜରଙ୍କ ସମେତ ପର୍ଯଟନ ବିଭାଗର ବିଭିନ୍ନ ଅଧିକାରୀ, କର୍ମଚାରୀ ଓ ଗୋପାଳପୁର ଏନଏସିର ସମସ୍ତ କର୍ମଚାରୀ ଅଞ୍ଚଳବାସୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




