

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଏନଏସି ପକ୍ଷରୁ ଚାରରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ପିଡି ଡୁଡା ସୁଦାମ ଚରଣ ମଣ୍ଡଳ ଉପସ୍ଥିତ ରହି ରାସ୍ତା କଡରେ ଆମ୍ବ, ଲିମ୍ବ ଗଛ ସହ ବିଭିନ୍ନ ପ୍ରକାର ଔଷଧୀୟ ଗଛର ଚାରା ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏନଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠିଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଆଗାମୀ ୭ଦିନରେ ସ୍ଥାନୀୟ ଅଂଚଳରେ ଏକ ହଜାର ଚାରା ରୋପଣ କରାଯିବ ବୋଲି ଶ୍ରୀ ସେଠି କହିଥିଲେ l ଗୋପାଳପୁର ଏନଏସି ପକ୍ଷରୁ ଏଭଳି କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ସମସ୍ତ କର୍ମଚାରୀମାନଙ୍କୁ ବହୁ ପ୍ରଶଂସା କରିଛନ୍ତି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



