

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଏନଏସି ପ୍ରଶାସନ ଅଧିକାରୀ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଶନିବାର ଦିନ ଏନଏସି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ କରି ଏନଏସିର ବିଭିନ୍ନ କର୍ମଚାରିମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଗୋପାଳପୁର ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଗୋପାଳପୁର ଏନଏସିର ନୁତନ ଅଫିସ୍ କୋଠା ନିର୍ମାଣ, ଶିଶୁ ପାର୍କ, ବିଭିନ୍ନ ପ୍ରକାର କାନ୍ଥ ଚିତ୍ର, ଡେସ୍କଟିସନ ସେନ୍ସଟର, ମଡେଲ୍ ପାଇଖାନା, ସମୁଦ୍ର ବେଳାଭୂମିର ସ୍ୱେଦେଶ ଦର୍ଶନ ଯୋଜନାରେ ଦଶଟା ଷ୍ଠଲ ନିର୍ମାଣ, ମାଇକ୍ରୋ କମ୍ପୋଣ୍ଟ ସେଣ୍ଟର୍, ମାଇକ୍ରୋ ଆକ୍ଟିଭିଟି ସେଣ୍ଟର୍, ମାଇକ୍ରୋ ଓପନ୍ ସେଣ୍ଟର୍, ନୁତନ ସର୍କିଟ ହାଉସ ଆଦି ବୁଲି ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ଆସୁତଶ ନାୟକ, କେଦାର ବାଙ୍ଗାରି, ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା







